କାଠମାଣ୍ଡୁ,୧୦।୯:  ନେପାଳରେ ଯୁବପୀଢିଙ୍କ ବିରୋଧ ପ୍ରଦଶର୍ନ ଓଲି ସରକାରଙ୍କୁ ଗାଦିଚ୍ୟୁତ କରିଛି। ସୋମବାର ‘ଜେନ୍‌-ଜି’ଙ୍କ ଆରମ୍ଭ ହୋଇଥିବା ବିଦ୍ରୋହ ଶାସନ କ୍ଷମତାର ମୂଳଦୂଆକୁ ଦୋହଲାଇ ଦେଇଛି। ସଂସଦ ଭବନ, ସୁପ୍ରିମକୋର୍ଟ, ରାଜେନୖତିକ ଦଳର କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ବାସଭବନ ଏବଂ କାଠମାଣ୍ଡୁ ଐତହାସିକ ସିଂହ ଦରବାରେ ନିଆଁ ଲଗାଇ ପୋଡି ଦେଇଛନ୍ତି।  ଏବେ ପ୍ରଦଶର୍ନକାରୀ ଦେଶର ସବୁଠାରୁ ବିଳାସମୟ ହିଲ୍ଟନ ହୋଟେଲକୁ ମଧ୍ୟ ପୋଡି ଦେଇଛନ୍ତି। ଏହି ବିରୋଧ ପ୍ରଦର୍ଶନକୁ ଦେଖି ଲାଗୁଛି ‘ଜେନ୍-ଜି’ ଏବେ ଦେଶର ସବୁ କିଛି ନଷ୍ଟ କରିବାର ଯୋଜନାରେ ଅଛନ୍ତି।

ହିଲ୍ଟନ ହୋଟେଲ ନା କେବଳ ଏକ ସୁନ୍ଦର ହୋଟଲ, ବଂର ଏକ ସାଂସ୍କୃତିକ ପ୍ରତୀକ ରୂପରେ ଦେଖାଯାଏ। ଚକମକ୍ କରୁଥିବା ଏହାର ଅଗ୍ରଭାଗରେ ଦିନରେ ସୂର୍ଯ୍ୟ କିରଣରେ ରଙ୍ଗ ବଦଳାଇଥାଏ। ଏହି ବିଲ୍ହିଂର ବାସ୍ତୁକଳା ନିଜର ପରିବେଶ ସହ ପୂର୍ଣ୍ଣ ସାମଞ୍ଜସ୍ୟରେ ଥିଲା। ଗୋଟିଏ ପଟେ କାଠମାଣ୍ଡୁର ବ୍ୟସ୍ତ ସହରୀ ସଡକ ଆଡକୁ ନଇଁ ଥିବା ବେଳେ ଅନ୍ୟପଟେ ଲାଙ୍ଗଟାଙ୍ଗ ପର୍ବତ ମାଳା ଆଡକୁ ମଧ୍ୟ ଥିଲା। ଫଳରେ ନେପାଳର ପ୍ରାକୃତିକ ସୁନ୍ଦରତା  ତି ପର୍ଯ୍ୟଟକଙ୍କ ସୁନ୍ଦର ଅନୁଭବର ଅଭିନ୍ନ ଅଂଶ ପାଲଟି ଯାଇଥିଲା।

ନେପାଳ ସେନା ବୁଧବାର ଦେଶବ୍ୟାପୀ ହିଂସା ଏବଂ ଅଶାନ୍ତିକୁ ରୋକିବା ପାଇଁ କର୍ଫ୍ୟୁ ଜାରି କରିଛି। ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ଦେଶରେ ଉତ୍ତେଜନା ସୃଷ୍ଟି କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ପଦକ୍ଷେପ ନିଆଯାଇଛି। ସେନା ଚେତାବନୀ ଦେଇଛି ଯେ କର୍ଫ୍ୟୁ ଅବଧି ମଧ୍ୟରେ ଯେକୌଣସି ପ୍ରତିବାଦ, ଭଙ୍ଗାରୁଜା କିମ୍ବା ହିଂସାକୁ   ଅପରାଧିକ କାର୍ଯ୍ୟ ଭାବରେ ବିବେଚନା କରାଯିବ। ସେନା କହିଛି ଯେ କଟକଣା ସମୟରେ ଅତ୍ୟାବଶ୍ୟକ ସେବାରେ ଜଡିତ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ଦିଆଯିବ। ପରିସ୍ଥିତି ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ନାଗରିକଙ୍କୁ କେବଳ ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରିବାକୁ ଅନୁରୋଧ କରିଛନ୍ତି।