ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଚୀନ୍‌ ଯାତ୍ରାରେ ଯିବେ ଓଲି, ନେପାଳ-ଚୀନ୍ ବିଆରଆଇ ପ୍ରୋଜେକ୍ଟ ହୋଇପାରେ ଗତିଶୀଳ

Published By : Harapriya Biswal | October 29, 2024 3:30 PM

ନୂଆଦିଲ୍ଲୀ,୨୯।୧୦: ଚୀନ୍ ଯାତ୍ରାରେ ଯିବେ ନେପାଳ ପ୍ରଧାନମନ୍ତ୍ରୀ କେପି ସିଂ ଓଲି। ନେପାଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଏକ ଉଚ୍ଚସ୍ତରୀୟ ସୁତ୍ରରୁ ଏହି ସୂଚନା ମିଳିଛି। ’ମାଇ ରିପବ୍ଲିକା’ ଖବରକାଗଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। କୁହାଯାଉଛି ଯେ, ନେପାଳର ବୈଦେଶିକ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଓଲିଙ୍କ ଚୀନ୍ ଯାତ୍ରାର ପ୍ରସ୍ତୁତି କରୁଛି। ସରକାରଙ୍କ ନୂତନ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ପୂର୍ବରୁ ଚୀନ୍‌ ଯାତ୍ରା ପ୍ରସ୍ତାବିତ କରାଯାଇଛି।ଚୀନ୍‌ ଯାତ୍ରାରେ ଓଲି ଯିବେ ବୋଲି ଯଦିଓ  ନେପାଳ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିନି, ତେବେ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସୁତ୍ରରୁ ସୂଚନା ମିଳିଛି। କେପି ଓଲି ପ୍ରଧାନମନ୍ତ୍ରୀ ପଦଗ୍ରହଣ କରିବା ପରେ ତାଙ୍କୁ ଏପର୍ଯ୍ୟନ୍ତ ଭାରତ କିମ୍ବା ଚୀନ୍ ପକ୍ଷରୁ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ପ୍ରଧାନମନ୍ତ୍ରୀ ଓଲି ପ୍ରସ୍ତାବିତ ଚୀନ୍‌ ଯାତ୍ରା ପଦଭାର ଗ୍ରହଣ କରିବା ପରେ ପଡୋଶୀ ଦେଶର ପ୍ରଥମ ଯାତ୍ରା ହେବ। 

କେପି ଓଲି ଗତ ମାସ ଜାତିସଂଘର ମହାସଭା ବେଳେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ମୋଦିଙ୍କୁ ଓଲି ନେପାଳ ଯିବାକୁ ନିମନ୍ତ୍ରଣ କରିଥିଲେ। ‘ମାଇଁ ରିପବ୍ଲିକା’   ସୂଚନା ଅନୁସାରେ, ନମ୍ବେରରେ ଓଲି ଚୀନ୍‌ ଗସ୍ତରେ ଯାଇପାରନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେବେ ଓଲିଙ୍କ ଚୀନ୍ ଯାତ୍ରାକୁ ସଫଳ କରିବାକୁ ପ୍ରସ୍ତୁତି କରାଯାଉଛି। ଓଲିଙ୍କ ଚୀନ୍ ଯାତ୍ରା ଗୁରୁତ୍ବପୂର୍ଣ୍ଣ ରହିପାରେ। କାରଣ ନେପାଳ ଓ ଚୀନ୍ ବେଲ୍ଟ ଆଣ୍ଡ ରୋଡ୍‌ ପ୍ରୋଜେକ୍ଟ ସଫଳ କାର୍ଯ୍ୟ ପାଇଁ ଏକ ଚୁକ୍ତି ସାକ୍ଷର କରିପାରନ୍ତି। ୨୦୧୭ ରେ ନେପାଳ ଓ ଚୀନ୍ ଭିତରେ ଚୁକ୍ତି ହେବା ପରେ ଏହାର କାର୍ଯ୍ୟ ଆଗକୁ ବଢିପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.