ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗାଜାରେ ଇସ୍ରାଏଲ ସୈନ୍ୟ ଆଡ୍ଡା ପରିଦର୍ଶନ କଲେ ନେତନ୍ୟାହୁ, କହିଲେ ବନ୍ଧକଙ୍କ ସୂଚନା ଦେଲେ ମିଳିବ ୪୨ କୋଟି

Published By : Prameya | November 21, 2024 8:44 AM

ଗାଜା,୨୧/୧୧: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ମଙ୍ଗଳବାର ପ୍ରଥମ ଥର ଅଚାନକ ଗାଜା ଗସ୍ତ କରିଛନ୍ତି । ସେଠାରେ ସେ  ଇସ୍ରାଏଲ ସୈନ୍ୟ ଆଡ୍ଡା ପରିଦର୍ଶନ କରିଥିଲେ । ସାଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ମଧ୍ୟ ଯାଇଥିଲେ । ଏହି  ଅବସରରେ ସେ ଇସ୍ରାଏଲ ବନ୍ଧକଙ୍କୁ ହମାସ୍‌ କବଳରୁ  ମୁକୁଳାଇବାରେ ସହାୟତା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ନିୟୁତ ଡଲାର ବା ପ୍ରାୟ ୪୨ କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବ  ବୋଲି ଘୋଷଣା କରିଛନ୍ତି । ଏଥିସହ ସୂଚନା ଦେଇଥିବା  ବ୍ୟକ୍ତିଙ୍କୁ ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନରୁ ସୁରକ୍ଷିତ ଭାବେ  ବାହାର କରାଯିବ ବୋଲି ନେତନ୍ୟାହୁ ଅଫର ଦେଇଛନ୍ତି ।  ହମାସ୍‌ ସହ କୌଣସି ପ୍ରକାର ଯୁଦ୍ଧବିରତିକୁ ସ୍ପଷ୍ଟ ଭାବେ  ନେତନ୍ୟାହୁ ମନା କରିଦେଇଛନ୍ତି । ଯୁଦ୍ଧ ଶେଷ ହେବା  ପରେ ହମାସ୍‌ ଆଉ କେବେ ପାଲେଷ୍ଟାଇନ ଉପରେ ଶାସନ  କରିପାରିବନି ବୋଲି ସେ କହିଛନ୍ତି । 

ନେତନ୍ୟାହୁ କହିଛନ୍ତି, ଆଉ ହମାସ୍‌ର ପ୍ରତ୍ୟାବର୍ତ୍ତନ  ହୋଇପାରିବନି । ଗାଜାରେ ବନ୍ଧକ ଥିବା ୧୦୧ ଇସ୍ରାଏଲ  ନାଗରିକଙ୍କ ସନ୍ଧାନ ଜାରି ରହିବ । ଆମ ନାଗରିକଙ୍କୁ ଯିଏ  ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ ସେ ନିଜ ମୃତ୍ୟୁ ପାଇଁ  ନିଜେ ଦାୟୀ ରହିବ । ଇସ୍ରାଏଲ ନାଗରିକଙ୍କୁ ଆମେ ଖୋଜି  ବାହାର କରିବୁ । ଗାଜାରେ ନେତନ୍ୟାହୁ ସୈନ୍ୟଙ୍କ ଜ୍ୟାକେଟ,  ହେଲ୍‌ମେଟ ପିନ୍ଧିଥିବା ଦେଖାଯାଇଛି । ବ୍ରାଜିଲରେ ଜି-୨୦ ଶିଖର  ସମ୍ମିଳନୀ ଚାଲିଥିବାବେଳେ ନେତନ୍ୟାହୁ ଏହି ଗସ୍ତ କରିଛନ୍ତି ।  ସମ୍ମିଳନୀରେ ଗାଜାରେ ଯୁଦ୍ଧ ବନ୍ଦ କରାଇବା, ଗାଜାକୁ ଅଧିକ  ମାନବୀୟ ସହାୟତା ପ୍ରଦାନ ଆଦି ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକ  ଅପିଲ କରିଛନ୍ତି । ୧୩ ମାସ ଧରି ଗାଜାରେ ଚାଲିଥିବା ଯୁଦ୍ଧରେ  ଗାଜାର ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି । ୪୪  ହଜାରରୁ ଊଦ୍ଧ୍ୱର୍ ନାଗରିକଙ୍କ ମୃତ୍ୟୁ ଘଟିଲାଣି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.