ନୂଆଦିଲ୍ଲୀ – ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୁଣି ଥରେ ନିଜ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ସେ ନିଜ ଶତ୍ରୁ ବିରୋଧରେ ଜାରି ଯୁଦ୍ଧରେ କୌଣସି ସ୍ଥିତିରେ ପଛକୁ ହଟିବେ ନାହିଁ। ଶନିବାର ଜାରି କରାଯାଇ ଥିବା ଏହି ବୟାନରେ ନେତାନ୍ୟାହୁ କହିଛନ୍ତି କି, ଆମେ ଏହି ଯୁଦ୍ଧ ଜିତିବୁ। ଏହି ବୟାନ ଏମିତି ସମୟରେ ଆସିଛି , ଯେବେ ଲେବାନନରୁ ଆସିଥିବା ଡ୍ରୋନ୍‌ ସୈସରିଆ ସ୍ଥିତ ତାଙ୍କର ପ୍ରାଇଭେଟ୍‌ ଘରକୁ ଟାର୍ଟେଟ୍ କରିଥିଲା। ହେଲେ , ଏହି ହମଲାକୁ ନେଇ ସେ କୌଣସି ସିଧା ଜବାବ ଦେଇ ନାହାନ୍ତି। 

https://prameya.com/old-interview-with-yahya-sinwar-goes-viral

ନେତାନ୍ୟାହୁ ଇଂରାଜୀ ଓ ହିବ୍ରୁରେ ଜାରି ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ଆମେ ହମାସର ନେତା ୟହ୍ୱା ସିନୱାରକୁ ମାରି ଦେଇଛୁ। ସେ ଏହାତୁ ଇସ୍ରାଏଲର ଅସ୍ତିତ୍ୱର ଲଢେଇ ଭାବେ ଦର୍ଶାଇଛନ୍ତି , କହିଛନ୍ତି ଆମେ ଏହାକୁ ଶେଷ ନିଶ୍ୱାସ ଯାଏ ଲଢିବୁ। ଭିଡ଼ିଓରେ କଳାରଙ୍ଗର ପୋଲୋ ସାର୍ଟ ଓ ଚଷମା ପିନ୍ଧିଥିବାର ନେତନ୍ୟାହୁ କୌଣସି ପାର୍କରେ ଠିଆ ହୋଇ କହିଛନ୍ତି , ତାଙ୍କୁ ନିଜ କମାଣ୍ଡର ସୈନିକଙ୍କ ଉପରେ ଗର୍ବ ହେଉଛି। 

ନିଜ ବୟାନରେ ନେତାନ୍ୟାହୁ କହିଛନ୍ତି , ସିନୱାର ଏକ ଏମିତି ଆତଙ୍କବାଦୀ ଥିଲା , ଯିଏ ଆମ ଲୋକଙ୍କ ମୁଣ୍ଡ କାଟି ଥିଲା ,ଆମ ମହିଳାଙ୍କର ଦୁଷ୍କର୍ମ କରିଥିଲା ଏବଂ ପିଲାଙ୍କୁ ଜୀଅନ୍ତା ଜଳାଇ ଥିଲା।ଆମେ ତାକୁ ମାରି ଦେଇଛୁ ଏବଂ ଏବେ ଇରାନର ବାକି ଆତଙ୍କବାଦୀ ଦଳ ସହ ଲଢେଇ ଚାଲିବ।

ଉଲ୍ଲେଖନୀୟ ଯେ, ଶନିବାର ଏକ ଡ୍ରୋନ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନିବାସକୁ ଟାର୍ଗେଟ୍ କରିଥିଲା। ଇସ୍ରାଏଲ ସରକାର କହିଛନ୍ତି କି, ଲେବାନନ ପକ୍ଷରୁ ରକେଟ୍ ମାଡ଼ କରାଯିବାରୁ ନଜରରେ ରଖି ଶନିବାର ସକାଳେ ଇସ୍ରାଏଲରେ ସାଇରନ ବାଜି ଉଠିଲା ଏବଂ ଏହାସହ ହିଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁର ସୈସରିଆ ସ୍ଥିତ ଆବାସ ଆଡ଼କୁ ଡ୍ରୋନ୍‌ରେ ହମଲା କରାଗଲା। ପ୍ରଧାନମନ୍ତ୍ରୀଙ୍କ ପ୍ରବକ୍ତା ଏକ ବୟାନରରେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଆବାସରେ ଯେଉଁ ସମୟରେ ଏହି ହମଲା କରାଗଲା , ସେତେବେଳେ ନେତାନ୍ୟାହୁ କି ତାଙ୍କର ପତ୍ନୀ କେହି ବି  ସେଠାରେ ଉପସ୍ଥିତ ନଥିଲେ।