ଫିରିଙ୍ଗିଆ, ୧୭/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳ ଦଣ୍ଡିକିଆ ପଞ୍ଚାୟତ ମୁଖ୍ୟାଳୟରେ ଥିବା ବିଏସଏନଏଲ ନେଟୱାର୍କ ସେବା ଗତ ୧୫ ଦିନ ହେବ ଅଚଳ ହୋଇ ପଡିଛି l ତଳଦାଣ୍ଡିକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରଧାନ ବାରମ୍ବାର ନେଟୱାର୍କ ସେବା ଯୋଗାଇବାକୁ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କେହି ଗୁରୁତ୍ୱ ଦେଇନଥିବାରୁ ଅସନ୍ତୋଷ ଦେଖା ଦେଇଛି l
ବିଏସଏନଏଲ ସେବା ବ୍ୟାହତ ହୋଇଥିବାରୁ ନେଟ ସେବା ଦୂରର କଥା ଅଞ୍ଚଳର ଜନସାଧାରଣ ସାଧାରଣ ଭାବରେ ଫୋନ କଲ ସେବାରୁ ବଞ୍ଚିତ ରହିଛନ୍ତି ଯାହାଦ୍ୱାରା ଗର୍ଭବତୀ ହେଉ କି ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ ବଡ଼ ସମସ୍ୟା ପାଲଟିଛି l ପଞ୍ଚାୟତ କାର୍ଯ୍ୟାଳୟ ସହ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଭଳି ବିଭିନ୍ନ ସରକାରୀ ଅନୁଷ୍ଠାନ ରହିଛି କିନ୍ତୁ କୌଣସି ନେଟ ସେବା ନଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l
ଅନ୍ୟପଟେ ତୁରନ୍ତ ଖରାପ ହୋଇଥିବା ବିଏସଏନଏଲ ସେବାକୁ ମରାମତି କରି ଅଞ୍ଚଳରେ ସେବା ଯୋଗାଇ ନ ଦେଲେ ଆଗାମୀ ୨ ଦିନ ମଧ୍ୟରେ ଅଞ୍ଚଳ ବାସୀଙ୍କ ତରଫରୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବୀ ଉପସ୍ଥାପନା କରିବେ ବୋଲି ତଳ ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନଙ୍କ ସହ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି l