ନୂଆଦିଲ୍ଲୀ, ୦୪/୦୯ ଇଣ୍ଡିଆନ୍ ଓସେନରେ ବରମୁଡ଼ା ଟ୍ରାଏଙ୍ଗଲ ! ଭାରତ ପାଇଁ ସୃଷ୍ଟି ହେଉଛି ବଡ଼ ବିପଦ । ଜାହାଜ ଚଳାଚଳରେ ଉପୁଜୁଛି ସମସ୍ୟା । ଜାମ୍ ହେଇଯାଉଛି ଜିପିଏମ୍ ସିଷ୍ଟମ । ବ୍ୟାକଅପ୍ ସିଷ୍ଟମ ରଖିବାକୁ ବାଧ୍ୟ ହେଉଛନ୍ତି କମ୍ପାନି । ଭାରତର ପଶ୍ଚିମ ପ୍ରାନ୍ତ ତଥା ‘ବେ ଆଫ୍ ପର୍ସିଆ’ରେ ବରମୁଣ୍ଡା ଟ୍ରାଏଙ୍ଗଲ ଭଳି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ସ୍ଥାନରେ ଜାହାଜ ଗୁଡ଼ିକର ରାଡାର ଏବଂ ନାଭିଗେସନ ସିଷ୍ଟମ୍ ଫେଲ୍ ମାରୁଛି । ଜିପିଏମ୍ ଜାମ୍ ହେଇଯାଉଥିବାରୁ ଅନେକ ଜାହାଜ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ସେମାନଙ୍କ ବ୍ୟାକଅପ୍ ସିଷ୍ଟମ ଆପଣାଉଛନ୍ତି । ଏମିତି କିଛି ଦାବି କରିଛି ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ । ଗଲ୍ଫ ଅଫ୍ ଓମାନ ଏବଂ ପର୍ସିଆନ ଗଲ୍ଫକୁ ସଂଯୋଗ କରୁଥିବା ଷ୍ଟ୍ରେଟ୍ ଅଫ୍ ହୋର୍ମୁଞ୍ଜରେ ନିକଟରେ ବରମୁଡ଼ା ଟ୍ରାଏଙ୍ଗଲ୍ ଭଳି କ୍ଷେତ୍ର ସୃଷ୍ଟି ହୋଇଛି ।
ୟୁଏଏସ ଏବଂ ଇରାନ ମଧ୍ୟରେ ଉତ୍ତେଜନା ପରେ ଜାହାଜ ଗୁଡ଼ିକରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହି ସ୍ଥାନରେ ଜାହାଜ ଗୁଡ଼ିକ ପହଞ୍ଚିବା ପରେ କମ୍ପାସ୍ ଏବଂ ଜିପିଏସ୍ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେଉଛି । ନାଭିଗେସନ ସିଷ୍ଟମରେ ସମସ୍ୟା, ପ୍ରଥମେ ମାର୍ଚ୍ଚ ୧୪ ଏବଂ ପରେ ଏପ୍ରିଲ ୪ ତାରିଖରେ ଦେଖିବାକୁ ମିଳିଥିଲା । ତେଣୁ ହୋର୍ମୁଞ୍ଜ ଜଳଡମ୍ବୁରରେ ବାଣିଜ୍ୟିକ ଜାହାଜ ଗୁଡ଼ିକ ଘଣ୍ଟା ଘଣ୍ଟା ଛିଡା ହୋଇ ଧରି ଛିଡ଼ାହୋଇ ରହିଥିଲେ । ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନକୁ ସମ୍ପର୍କ କରିବା ପରେ ବ୍ୟାକ୍ ଅପ୍ ମେଥଡ୍କୁ ଆପଣାଇଥିଲେ । ୟୁକେଏମଟିଓର କହିବା କଥା ଏହି ସ୍ଥାନକୁ ଲାଗି କରି ଇରାନର ଏକ ବନ୍ଦର ରହିଛି । ଆଉ ଏହି ପୋର୍ଟ ଭିତରେ ଇରାନ ନୌସେନାର ବେସ୍ ରହିଛି । ତେବେ ‘ବେ ଅଫ୍ ପର୍ସିଆ’ ଉପରେ ଦେଇ ଯାଉଥିବା ଆମେରିକୀୟ ବାୟୁସେନା ବିମାନଗୁଡ଼ିକୁ ଚେକ୍ ଦେବାକୁ ଏଠାରେ ଇଲୋକ୍ଟ୍ରୋନିକ୍ ଓ୍ବାର ଫେୟାର ଲଗାଯାଇଥିବା କୁହାଯାଉଛି । ଏହାଦ୍ବାରା ଜାହାଜ ଗୁଡ଼ିକ ଜିପିଏସ୍ ସିଗନାଲ ଜାମ୍ ହେଇଯାଉଛି ।https://www.youtube.com/watch?v=rjzLWcon1_U
ଇରାନ ୨୦୧୧ରେ ପ୍ରଥମେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଞ୍ଜରେ ନିକଟରେ ଆମେରିକୀୟ ବାୟୁସେନାକୁ ସିଧା ସିଧା ଚେକ୍ ଦେବାକୁ ଏଭଳି ଇଲେକ୍ଟ୍ରୋନିକ୍ ଓ୍ବାର ଫେୟାର ବ୍ୟବହାର କରିଥିଲା । ଯାହା ଫଳରେ ଯୁଦ୍ଧ ବିମାନ ଏବଂ ଅତ୍ୟାଧୁନିକ ଡ୍ରୋନକୁ ସଠିକ୍ ଭାବେ ଡାଟା ଲିଙ୍କ୍ ମିଳିପାରିନଥିଲା ଏବଂ ଜିପିଏସ୍ ଜାମ୍ ଯୋଗୁଁ ଇରାନ, ଆମେରିକାର ଯୁଦ୍ଧ ରଣନୀତିକୁ ପ୍ରଭାବିତ କରୁଥିଲା । ସେପଟେ ହୋରମୁଞ୍ଜ ଜଳ ଡମ୍ବୁର ଦେଇ ବିଶ୍ବର ୨୦ ପ୍ରତିଶତରୁ ଅଧିକ ତୈଳ ପରିବହନ ହେଉଛି । ମାତ୍ର ଇରାନର ଜେମିଂ ଅପରେସନ ପାଇଁ ଜିପିଏସ୍ ସିଗନାଲ୍ ବାଧାପ୍ରାପ୍ତ ହେଉଛି, ଫଳରେ ନାଗରିକ ଏବଂ ପଣ୍ୟବାହୀ ଜାହାଜଗୁଡ଼ିକ ବିପଦ ମୁହାଁ ହେଉଛି । ଅନ୍ୟପଟେ ଏହି ଭାରତ ମହାସାଗରରେ ନୂଆ ବରମୁଡ଼ା ଟ୍ରାଏଙ୍ଗଲକୁ ନେଇ ଭାରତ ପକ୍ଷରୁ ସେଭଳି କିଛି ତଥ୍ୟ କିମ୍ବା ସୂଚନା ମିଳିପାରିନାହିଁ ।