ସଇଁତଲା,୨୯।୧ : ବଲାଙ୍ଗୀରରେ ପୁଣି ଥରେ ଅଲୋଡ଼ା ହୋଇଛି ଶିଶୁକନ୍ୟା। ଅଳିଆଗଦାରୁ ଉଦ୍ଧାର ହୋଇଛି ନବଜାତକ। ଉଦ୍ଧାର ହୋଇଥିବା ଶିଶୁକୁ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି। ତେବେ କିଏ ଓ କାହିଁକି ଶିଶୁକନ୍ୟାକୁ ଅଲୋଡା କରି ଗାଁ ମୁଣ୍ଡ ଅଳିଆଗଦାକୁ ଫିଙ୍ଗି ଦେଲା ସେ ନେଇ ତଦନ୍ତ ଜାରି ରହିଛି |

ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ପୁଲିସ ଫାଣ୍ଡି ଅଧୀନରେ ଥିବା ଧରବଗଡ଼ ଗାଁର ଏକ ଅଳିଆ ଗଦା ନିକଟରେ ନବଜାତକ ଶିଶୁକନ୍ୟା ପଡ଼ିଥିବାର ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଗାଁ ଲୋକ ରୁଣ୍ଡ ହୋଇ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ଶିଶୁ ସୁରକ୍ଷା ୟୁନିଟ ଜରିଆରେ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।