ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ ନୂତନ ଭବନ ନିର୍ମାଣ ହେବ ; ଧର୍ମେନ୍ଦ୍ର ପ୍ରଧାନ

Published By : Anindita Ratha | August 23, 2025 1:55 PM

କଟକ,୨୩/୦୮: କଟକ ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ  ସେ  ମଧୁପାଟଣା ନୂଆପଡ଼ାଠାରେ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଦ୍ବିତୀୟ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ  ହେବ ନୂତନ ଭବନ ନିର୍ମାଣ  । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂଆପଡ଼ାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ସେ କହିଛନ୍ତି ଯେ, କଟକର ଜନପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ଉଦ୍ୟମ କାରଣରୁ ବିଜେପି ସରକାର ଏହାର କାମ ଆଗେଇ ପାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ପାଖାପାଖି ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ନୂଆ ଭବନ ନିର୍ମାଣ କରାଯିବ । ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ସୁବିଧା କରାଯିବ । ଶ୍ରେଣୀଗୃହ ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ହେବା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରାଯିବ, ଯାହା ଦ୍ୱାରା ବର୍ତ୍ତମାନ ପଢୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ବିଦ୍ୟାଳୟ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ । ଏହି ବିଦ୍ୟାଳୟ ଆକର୍ଷଣୀୟ ବିଦ୍ୟାମନ୍ଦିରର ରୂପ ହେବ, ଯାହା ନବ ଓଡ଼ିଶା ନିର୍ମାଣରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ । 

ସେ ଆହୁରି କହିଛନ୍ତି ଯେ, ଓଡ଼ିଆ ପିଲାମାନେ ସେତେବେଳେ ବିଶ୍ୱବିଜୟୀ ହେବେ,ଯେତେବେଳେ ସେମାନେ ସବୁ ବିଷୟକୁ ଭଲ ଭାବରେ ବୁଝିପାରିବେ । ସବୁ ବିଷୟ ଭଲ ଭାବରେ ବୁଝିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାରେ ଦକ୍ଷ କରିବା ପାଇଁ ହେବ । ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାନ ବିଭୂତିମାନେ ନିଜ ମାତୃଭାଷାରେ ପାଠପଢି ଆମ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ମାତୃଭାଷାରେ ପାଠ ପଢିଲେ ହିଁ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ ହୋଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି ପ୍ରଧାନ ପ୍ରାର୍ଥନା କରିଛନ୍ତି । ଏଥିସହ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଜାତୀୟ ମହାକାଶ ଦିବସର ମହତ୍ତ୍ବ ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ପଚାରି ବୁଝିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.