ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଡିସେମ୍ବର ସୁଦ୍ଧା ନୂଆ କଟକ ଷ୍ଟେସନର ଉଦ୍‌ଘାଟନ୍, ସୂଚନା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

Published By : Prameya | October 5, 2024 10:40 AM

ଭୁବନେଶ୍ୱର,୦୫/୧୦: କଟକ  ରେଳ ଷ୍ଟେସନ ନବୀକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଡିସେମ୍ବର ସୁଦ୍ଧା ଏହାର ଉଦ୍‌ଘାଟନ କରାଯିବ । ଷ୍ଟେସନର ବଡ଼ ଷ୍ଟ୍ରକ୍‌ଚର ଆସନ୍ତା ବର୍ଷ ସୁଦ୍ଧା ସରିବ । ସାଂସଦ  ଭର୍ତ୍ତୃହରି ମହତାବ ଏହି ସୂଚନା ଦେଇଛନ୍ତି ।  

ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳ ସାଂସଦ କମିଟି  ବୈଠକ ପରେ ଶ୍ରୀ ମହତାବ କହିଲେ ଯେ ବୈଠକରେ କଟକର ଶିଖରପୁରରେ କୋଚ୍‌ ସଫେଇ ଓ ମରାମତି ଡିପୋ କରିବାକୁ  ପ୍ରସ୍ତାବ ଦେଇଛି । ସେହିପରି ଆଗାମୀ ଦିନରେ ତୃତୀୟ ରେଳ ଲାଇନ ବାରଙ୍ଗରୁ କପିଳାସ  ରୋଡ୍‌(ଟାଙ୍ଗି) ଭାୟା କଟକ ଦେଇ ହେବ ।  ଯାହା ଅନୁମୋଦନ ହୋଇସାରିଛି । ନିର୍ଗୁଣ୍ଡିରୁ  ବାରଙ୍ଗ ୨୨ କିଲୋମିଟର ରେଳପଥରେ ୪ଟି  ବଡ଼ ପୋଲର ଟେଣ୍ଡର ଆହ୍ୱାନ ହୋଇଛି । ଯାହା  ବିରୂପା, ମହାନଦୀ, କାଠଯୋଡ଼ି ଓ କୁଆଖାଇ ଉପରେ ନିର୍ମାଣ କରାଯିବ । ରେଳମନ୍ତ୍ରୀଙ୍କୁ  ଅନୁରୋଧ ପରେ ଗତ ଅଗଷ୍ଟ ୧୯ ତାରିଖରେ  ଟେଣ୍ଡର ହୋଇଛି । କ୍ଷେତ୍ରୀୟ ଯାଞ୍ଚ ସରିଛି, ଶୀଘ୍ର କାମ ଆରମ୍ଭ ହେବ । ସେହିପରି ଖୋର୍ଦ୍ଧା  ରୋଡରୁ ବିଜୟନଗରମ ୩୬୩ କିମି ତୃତୀୟ  ରେଳ ଲାଇନ ମଧ୍ୟ ଅନୁମୋଦନ ସରିଛି । 

କଟକର ୩ଟି ରୋଡ୍‌ ଓଭର ବ୍ରିଜ୍‌ ହେବ ।  ସେଥିମଧ୍ୟରୁ ଗୋଟିଏ ଘଣ୍ଟିଖାଲ୍‌ ନରାଜ-ରାଜ  ଆଠଗଡ଼ ଲାଇନରେ ଘଣ୍ଟିଖାଲ ନିକଟରେ  ହେବ । ଯାହାର ଯୁଗ୍ମ ବିସ୍ତୃତ ଆକଳନ ରେଳ  ବୋର୍ଡ ନିକଟରେ ଦାଖଲ ସରିଛି । କଟକ  ସହରର ନୂଆବଜାର ରୋଡ୍‌ ଓଭରବ୍ରିଜ୍‌  ଡିସେମ୍ବର ସୁଦ୍ଧା ସରିବ । ଜଗତ୍‌ସିଂହପୁର  ଯିବା ରାସ୍ତାରେ କନ୍ଦରପୁର ନିକଟରେ ରୋଡ୍‌  ଓଭରବ୍ରିଜ୍‌ ଜାଜୀୟ ରାଜପଥ ପ୍ରାଧିକରଣ  କର୍ତ୍ତୃପକ୍ଷ(ଏନଏଚଏଆଇ) କରୁଛନ୍ତି ।  ଠିକାସଂସ୍ଥାକୁ କାମ ଦିଆଯାଇଛି । ଶୀଘ୍ର କାମ  ଆରମ୍ଭ ହେବ ବୋଲି ଶ୍ରୀ ମହତାବ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.