ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସେପ୍ସିସ୍‌ ରୋଗରେ ପୀଡ଼ିତ କାଲିକଟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏହି ରୋଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ବୈଜ୍ଞାନିକମାନେ ଏକ ଡିଭାଇସ୍ ବିକଶିତ କରିଛନ୍ତି, ଯାହା ସେପ୍ସିସ୍‌ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେବ ଏହି ଡିଭାଇସର ମୂଲ୍ୟ ଖୁବ୍ କମ୍ ଏବଂ ଇଲେକ୍ଟ୍ରୋକେମିକାଲ୍ ବାୟୋସେନ୍ସର, ଯାହା ରକ୍ତରେ ଉପସ୍ଥିତ ଏଣ୍ଡୋଟକ୍ସିନ୍ ନାମକ ଏକ ବିଷାକ୍ତ ଉପାଦାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏଣ୍ଡୋଟକ୍ସିନ୍ ହେଉଛି ସେପ୍ସିସ୍ ରୋଗର ଏକ ସୂଚକ ଏଥିରେ ୮ଟି ନିର୍ଦ୍ଦିଷ୍ଟ ସେନ୍ସର ଆର୍କିଟେକ୍ଚର ଏବଂ କମ୍ ମୂଲ୍ୟର ପୋର୍ଟେବଲ୍ ଡିଭାଇସ୍ ରହିବ, ଯାହାକୁ ଭବିଷ୍ୟତରେ ଏହି ରୋଗକୁ ଚିହ୍ନଟ କରିବାରେ ବ୍ୟବହାର କରାଯାଇପାରିବ

ତେବେ ଏହି ସେପ୍ସିସ୍ ରୋଗ କ’ଣ ଆସନ୍ତୁ ଜାଣିବା ଏହା ଏକ ଗମ୍ଭୀର ରୋଗ ଯାହା ସଂକ୍ରମଣ ଯୋଗୁଁ ହୁଏ ଏହି ରୋଗରେ ଅଙ୍ଗପ୍ରତ୍ୟେଙ୍ଗ କାମ କରେନି, ହୃଦ୍‌ଘାତ ହୋଇପାରେ, ଏପରିକି ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇପାରେ ଏହା ଏକ ଗମ୍ଭୀର ରୋଗ ଯେଉଁଥିରେ ସଂକ୍ରମଣ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଲଢ଼ିଥାଏ ଯାହା ଫଳରେ ଶରୀରର ଅଙ୍ଗଗୁଡ଼ିକୁ କ୍ଷତି ପହଞ୍ଚିଥାଏ କାଲିକଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଡକ୍ଟର ଏନ. ସନ୍ଧ୍ୟା ରାଣୀ କହିଛନ୍ତି ଯେ, ତାଙ୍କ ଟିମ୍ ଏକ ପଏଣ୍ଟ-ଅଫ୍-କେୟାର୍ ଡିଭାଇସ୍ ପ୍ରସ୍ତୁତ କରିବା ଉପରେ ପ୍ରୟାସ ଜାରି ରଖିଛନ୍ତି ଏହି ଟିମ୍ ଏଣ୍ଡୋଟକ୍ସିନ୍ ଚିହ୍ନଟ ପାଇଁ ଏକ ପୋର୍ଟେବଲ୍ ଏବଂ କମ୍ ଖର୍ଚ୍ଚର ଇଲେକ୍ଟ୍ରୋକେମିକାଲ୍ ବାୟୋସେନ୍ସର୍ ପ୍ରୋଟୋଟାଇପ୍ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିବା ସହ ପରୀକ୍ଷଣ ମଧ୍ୟ କରିଛି

ଏହି ଡିଭାଇସ୍ ମାନକ ଯୋଗ ପଦ୍ଧତି ବ୍ୟବହାର କରି ରକ୍ତ ସିରମ୍‌ରେ ଏଣ୍ଡୋଟକ୍ସିନ୍ ଚିହ୍ନଟ କରେ ଏହି ଡିଭାଇସ୍ ୧୦ ମିନିଟ୍ ମଧ୍ୟରେ ଫଳାଫଳ ଦିଏ ବିଶ୍ୱ ସେପ୍ସିସ୍‌ ଦିବସର ୱେବ୍‌ସାଇଟ୍‌ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ୪୦ରୁ ୫୦ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି, ଯେଉଁଥିରୁ ୧୦ରୁ ୧୫ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁବରଣ କରନ୍ତି ଏହି ରୋଗର ଲକ୍ଷଣଗୁଡ଼ିକୁ ଉପଯୁକ୍ତ ସମୟ ମଧ୍ୟରେ ଚିହ୍ନଟ କରିବା ଏକ ବଡ଼ ସଫଳତା ଫରେ ଏହାର ସଫଳ ଚିକିତ୍ସା କରାଯାଇପାରିବ