ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ନବୀକରଣୀୟ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳଙ୍କ ଆହ୍ୱାନ , ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି : ଉପ ମୁଖ୍ୟମନ୍ତ୍ରୀ

Published By : Prameya | May 3, 2025 4:59 PM

ଭୁବନେଶ୍ବର,୩।୫ :ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜ୍ୟପାଳଙ୍କ କାରକେଡ଼ରେ ଇ-କାରର ବ୍ୟବହାର  କରାଯାଉଛି । ସେହିପରି ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଣ୍ଟ ସ୍ଥାପିତ ହେବାକୁ ଯାଉଛି । ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍ - ଜିରୋ ଶକ୍ତି କ୍ୟାମ୍ପସ୍ କରିବ ।ରାଜଭବନରେ ଇ ବାଇକର ବ୍ୟବହାର କରାଯାଇଛି । ୫୦ ହଜାର ୟୁନିଟ ସଂରକ୍ଷଣ ହେଉଛି ଏବଂ ୧୬ ହଜାର ୟୁନିଟ ଅକ୍ଷୟ ଶକ୍ତି ଦ୍ୱାରା ଆସିପାରୁଛି । 

ରାଜ୍ୟପାଳ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ଅନେକ ପ୍ରମୁଖ ଯୋଜନା ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ପ୍ରଥମ ଏବଂ ଦ୍ବିତୀୟ କିଲୋୱାଟ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୮ ହଜାର ଟଙ୍କା ଅତିରିକ୍ତ ସବ୍‌ସିଡ ପ୍ରଦାନ କରୁଛନ୍ତି । ଏହି ଆର୍ଥିକ ସହାୟତା ସର୍ବାଧିକ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ସ୍ଥାପନ ପାଇଁ ଉପଲବ୍ଧ ରହିଛି । ଓଡ଼ିଶାରେ ଏହି ଯୋଜନାକୁ ଅଧିକ ପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ପ୍ରତି ପରିବାର ପାଇଁ ପ୍ରଥମ ଓ ଦ୍ୱିତୀୟ କିଲୋୱାଟ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ସବ୍‌ସିଡ ପ୍ରଦାନ କରି ସକ୍ରିୟ ପଦକ୍ଷେପ ନେଇଛନ୍ତି । ୩ କିଲୋୱାଟ ସୌର ଶକ୍ତି ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବାଧିକ ସବ୍‌ସିଡ ବ୍ୟବସ୍ଥା ୧ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । 

ରାଜ୍ୟପାଳ ଡ. କମ୍ଭମପାଟି କେବଳ ପ୍ରଥମ ଥର ପାଇଁ ନବୀକରଣୀୟ ଶକ୍ତିର ସମର୍ଥନ କରିନାହାନ୍ତି । ୨୦୧୪ରେ ସାଂସଦ ଥ‌ିବା ବେଳେ ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣ ସମୟରେ ସ୍ଥାୟୀ ଶକ୍ତି ସମାଧାନ ପାଇଁ ନବୀକରଣୀୟ ଶକ୍ତିର ଉପଯୋଗକୁ ଦୃଢ଼ ସମର୍ଥନ କରିଥିଲେ | ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ଵାରା ଉପସ୍ଥାପିତ କେନ୍ଦ୍ର ବଜେଟକୁ ସମର୍ଥନ କରିବା ସମୟରେ ଡ. କମ୍ଭମପାଟି ଆମଦାନୀ ହେଉଥ‌ିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଇଥାନଲ ମିଶ୍ରିତ ଇନ୍ଧନ ଏବଂ ବୈଦୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ଭାରତର ବାଣିଜ୍ୟ ନିଅଂଟକୁ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ | ସେ ସରକାରଙ୍କୁ ବିଦ୍ୟୁତ ଯାନ ପାଇଁ ଟିକସ୍ ପ୍ରୋତ୍ସାହନ ପ୍ରଦାନ କରିବାକୁ ଏବଂ ଡିଜେଲ ଜେନେରେଟର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସୌର ଜେନେରେଟର ଭଳି ନବୀକରଣୀୟ ଶକ୍ତି ମାଧ୍ୟମରେ ଘରୋଇ ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଅନୁରୋଧ କରିଥିଲେ, ଯାହା ଫଳରେ ବିତ୍ତୀୟ ନିଅଂଟ ହ୍ରାସ ପାଇବ ଏବଂ ବୈଦୁତିକ ମୁଦ୍ରା ସଂରକ୍ଷଣ କରିବାରେ ସାହାଯ୍ୟ କରିବ ବୋଲି ରାଜ୍ୟପାଳ କହିଥିଲେ।

 ସେହିପରି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ  କହିଥିଲେ ଅଧିକ ଇଲେକ୍ଟ୍ରି ଗାଡି ବ୍ୟବହାର ପାଇଁ ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି । ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡି ବ୍ୟବହାର କରିବା ଉଚିତ ବୋଲି ସାମ୍ବାଦିକ ସମ୍ମିଳନୀରେ   ଉପମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଲାଗିବ ସୌର ପ୍ୟାନେଲ | ବର୍ତ୍ତମାନ କଟକ, ଭୁବନେଶ୍ୱର କାର୍ଯ୍ୟାଳୟ ଗୁଡିକରେ ଲଗାଯାଇଛି ବୋଲି  ଶକ୍ତି ସଚିବ ଵିଶାଲ ଦେବ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.