ଭୁବନେଶ୍ୱର ୦୧/୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ପୁଣି ଆସିବ ନୂଆ ଗାଇଡଲାଇନ୍। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ ସାମିଲ କରାଯିବ। ନୂଆ ଏସ୍ଓପି ପ୍ରସ୍ତତ ହେବ। ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।
ସୂଚନା ମୁତାବିକ, ସୁଭଦ୍ରା ଯୋଜନାକୁ ନୂଆ ଗାଇଡଲାଇନ୍ ପ୍ରସ୍ତୁତି ନେଇ ଅପରାହ୍ନ ୩ଟା ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ଜରୁରୀ ବୈଠକ ଡକାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ଭାବେ ସାମିଲ କରାଯାଇପାରିବ, କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫାଇ କରାଯିବ ସେନେଇ ନିଷ୍ପତ୍ତି ହେବ। ବାଦ ପଡିଥିବା ହିତାଧିକାରୀ ଆବେଦାନକାରୀଙ୍କ ଉପରେ ପୁନଃ ବିଚାର କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯିବ।