ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି, ଶିଲଂରୁ ସିଲଚର ହାଇଓ୍ବେକୁ ମଞ୍ଜୁରି

Published By : Tapas Panda | April 30, 2025 5:11 PM

Image Courtesy: indiatvnews

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଜାତିଗତ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ବୈଠକରେ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନିଆଯାଇଛି।

ମୋଦୀ ସରକାର ଆଖୁ ଚାଷୀମାନଙ୍କୁ ଏକ ବଡ଼ ଉପହାର ମଧ୍ୟ ଦେଇଛନ୍ତି । ଆଖୁର FRP(ଉଚିତ ଓ ଲାଭଦାୟକ ମୂଲ୍ୟ) ବୃଦ୍ଧି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘୨୦୨୫-୨୬ ଚିନି ଋତୁ ପାଇଁ ଆଖୁର ଉଚିତ ଏବଂ ଲାଭଦାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୫୫ ଟଙ୍କା ସ୍ଥିର କରାଯାଇଛି। ଏହା ହେଉଛି ବେଞ୍ଚମାର୍କ ମୂଲ୍ୟ, ଯାହା ତଳେ ଏହାକୁ କିଣାଯାଇପାରିବ ନାହିଁ।’ 

ଏହା ବ୍ୟତୀତ ମୋଦୀଙ୍କ କ୍ୟାବିନେଟ୍‌ ଶିଲଂରୁ ସିଲଚର ଜାତୀୟ ରାଜପଥକୁ ମଞ୍ଜୁରି ଦେଇଛି । ଏଥିପାଇଁ ଖର୍ଚ୍ଚ ହେବ ୨୨, ୮୬୪ କୋଟି ଟଙ୍କା । ଏହି କରିଡରର ବିକାଶ ଦ୍ୱାରା ଗୌହାଟିରୁ ତ୍ରିପୁରା, ମିଜୋରାମ, ମଣିପୁର ଏବଂ ଆସାମର ବାରାକ ଉପତ୍ୟକା ଅଞ୍ଚଳକୁ ସଂଯୋଗୀକରଣରେ ଉନ୍ନତି ଆସିବ । ଯାତ୍ରା ଦୂରତା ଏବଂ ଯାତ୍ରା ସମୟ ହ୍ରାସ ପାଇବ । ଏହା ଦେଶର ମାଲ ପରିବହନ କ୍ଷମତା ବୃଦ୍ଧିରେ ସହାୟକ ହେବ।

କେନ୍ଦ୍ର କ୍ୟାବିନେଟ୍‌ରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଦେଶରେ ଜାତିଗତ ଜନଗଣନା କରିବେ ମୋଦୀ ସରକାର । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସରକାର ଜାତିଗତ ଜନଗଣନାକୁ ବିରୋଧ କରିଆସିଛି । ୧୯୪୭ ପରଠାରୁ ଜାତିଗତ ଜନଗଣନା କରାଯାଇନାହିଁ । କଂଗ୍ରେସ ଜାତିଗତ ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା । ୟୁପିଏ ସରକାରରେ ଅନେକ ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜାତି ସର୍ଭେ କରିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜାତିଗତ ଜନଗଣନାକୁ ମୂଳ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାଜନୈତିକ ବ୍ୟାପାର କ୍ୟାବିନେଟ (ସିସିପିଏ) ନିଷ୍ପତ୍ତି ନେଇଛି ଯେ, ଆଗାମୀ ଜନଗଣନାରେ  ଜାତିଗତ ଜନଗଣନାକୁ ସାମିଲ କରାଯିବ ।’ ଜାତି ଭିତ୍ତିକ ଜନଗଣନାକୁ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ କେବଳ ନିଜସ୍ୱ ଲାଭ ପାଇଁ ସୀମିତ ରଖିଛନ୍ତି ବୋଲି ଅଶ୍ୱିନୀ ବୈଷ୍ଣବ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.