ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ରିଲିଜ ହେବ ନୂଆ ଓଡିଆ ଚଳଚ୍ଚିତ୍ର 'ନାଲି ଚା'; ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିଶେକ, ଗାର୍ଗୀ ଓ ଅନୁଭା

Published By : Bijay Swain | February 6, 2025 7:16 PM

ଭୁବନେଶ୍ୱର: ନିକଟରେ ଓଡିଶାରେ ଚଳଚିତ୍ରକୁ ନେଇ ଭଲପାଇବା ଢେର ବଢିଛି। ଏହି ପରିପ୍ରେକ୍ଷିରେ ଏକ ଭିନ୍ନ ସ୍ୱାଦ ଓ ନୂଆ ସଂଳାପକୁ ନେଇ ଏକ ନୂଆ ସିନେମା ରିଲିଜ ହେବାକୁ ଯାଉଛି। ସିନେମାଟି ଗାଁ ଜୀବନକୁ ନେଇ ଆଧାରିତ। ଦେଖିବାକୁ ଗଲେ ବର୍ତ୍ତମାନ ଗ୍ରାମାଞ୍ଚଳର ଲୋକଙ୍କ ଜୀବନର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି ସାମାଜିକ ଗଣମାଧ୍ୟମ। ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ପରମ୍ପରା ପର୍ଯ୍ୟନ୍ତ ସବୁଠି ସାମାଜିକ ଗଣମାଧ୍ୟମର ଛାପ ଦେଖିବାକୁ ମିଳୁଛି। ଗ୍ରାମୀଣ ଓଡ଼ିଶାର ହୃଦୟରେ, ଯେଉଁଠି ପରମ୍ପରା ଓ ସରଳତା ଦୈନନ୍ଦିନ ଜୀବନକୁ ଦୀର୍ଘ ସମୟ ଧରି ପରିଭାଷିତ କରିଛି, ସେଠାରେ ଏକ ଶାନ୍ତିର ବିପ୍ଳବ ଚାଲିଛି। ସ୍ମାର୍ଟଫୋନର ଆଗମନ ଏବଂ ସୋସିଆଲ ମିଡିଆର ଏଣ୍ଟ୍ରି ଉଭୟ ଗ୍ରାମ୍ୟ ଜୀବନରେ ଏକ ନୂଆ ଦିଗ ହୋଇଛି। ଏଭଳି କିଛି ଭିନ୍ନ ଧରଣର କାହାଣୀକୁ ନେଇ ଆସୁଛି ନାଲି ଚା। 

ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୯ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନେତା ଅଭିଶେକ ଗିରି ଓ ଅଭିନେତ୍ରୀ ଗାର୍ଗୀ ମହାନ୍ତି ନଜରରେ ଆସିବେ।  ସେହିପରି ଚୁଲବୁଲି ନାୟିକା ଅନୁଭା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ନାୟକ।

ଗ୍ରାମାଞ୍ଚଳରେ ସୋସିଆଲ ମିଡିଆର ପ୍ରଭାବ କିପରି ରହିଛି, ତାହା ଫିଲ୍ମରେ ବର୍ଣ୍ଣିତ ହୋଇଛି। ଗ୍ରାମାଞ୍ଚଳର ଯୁବକମାନେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ବହୁମୁଖୀ ପ୍ରତିଭାକୁ ଦେଖାଇପାରିଛନ୍ତି। ବିଭିନ୍ନ ସୋସିଆଲ ମିଡ଼ିଆ ଆଜିକାଲିର ଯୁବକମାନଙ୍କ ପାଇଁ ଅନେକ ଲାଭଦାୟକ ହୋଇପାରିଛି। ବିଭିନ୍ନ ବିଶ୍ୱସ୍ତରୀୟ ଘଟଣା ବିଷୟରେ ଅବଗତ ହେବା ସହ ସେମାନେ ଦୁରଦୁରାନ୍ତରେ ରହୁଥିବା ବନ୍ଧୁମାନଙ୍କ ସହିତ ଯୋଗାଯୋଗ କରିବାକୁ ସକ୍ଷମ ହୋଇପାରିଛନ୍ତି। ତେବେ ଏହାର ଅନେକ କୁପ୍ରଭାବ ମଧ୍ୟ ରହିଛି। ଯେଉଁଥିପାଇଁ ଆତ୍ମହତ୍ୟା, ଚିନ୍ତା, ଉଦାସୀନତା, ଶାରୀରିକ, ଭାବନାତ୍ମକ, ମାନସିକ ସମସ୍ୟା ଭଳି ଗୁରୁତର ସମସ୍ୟା ଦେଖାଦେଉଛି। ସାମାଜିକ ଗଣମାଧ୍ୟମର ବିଭିନ୍ନ ଦିଗକୁ ଲକ୍ଷ ରଖାଯାଇ ସମାଜକୁ ଏକ ଭଲ ସୂଚନା ପ୍ରଦାନ ଉପରେ ଫିଲ୍ମଟି ବର୍ଣ୍ଣିତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.