ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନୂଆ ଓଡ଼ିଆ ଚଳଚ୍ଚିତ୍ର "ଭାଇ’ର ଅଡିଓ ରିଲିଜ୍‌, ଆସନ୍ତା ୨୪ରେ କରିବ ମୁକ୍ତିଲାଭ...

Published By : Prameya | January 18, 2025 9:47 AM

ଭୁବନେଶ୍ୱର,୧୮/୦୧: ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ  ଚଳଚ୍ଚିତ୍ର "ଭାଇ’ର ଅଡିଓ ରିଲିଜ୍‌ ହୋଇଯାଇଛି । ତା' ସହିତ ଆସନ୍ତା ଜାନୁଆରୀ ୨୪  ତାରିଖରେ ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା  ତରଫରୁ ଘୋଷଣା ହୋଇଛି ।

‘ତାଣ୍ଡବ’, ‘ମାଲ୍ୟଗିରି’ ଓ "ଗୁପ୍‌ଚୁପ୍‌'ର ନିର୍ଦ୍ଦେଶକ  ପୃଥ୍ୱୀରାଜ ପଟ୍ଟନାୟକ "ଭାଇ' କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ସୁଜିତ ଭାଇ ଏବଂ ଦିବ୍ୟା ଭଉଣୀ ଚରିତ୍ରରେ ଅଭିନୟ କରିଥିଲା ବେଳେ  ଅଭିନେତା ଅମ୍ଲାନ ଦାସଙ୍କର ବଳିଷ୍ଠ ଅଭିନୟ ସିନେମାରେ ଦେଖିବାକୁ ମିଳିବ । ଅଭିନେତ୍ରୀ ଅନନ୍ୟା ଏବଂ ‘ଗୁପ୍‌ଚୁପ୍‌’ ଓ ‘ଦୃଷ୍ଟିକୋଣ’ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସଂଳାପ ରବିନାରାୟଣ ଦାସ ଲେଖିଥିଲା ବେଳେ ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ୍ସ ଓ ସରୋଜ । ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର । 

ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ଓଡ଼ିଶା ବାହାରେ ମନାଲି, ଲଦାଖ ଆଦି ସ୍ଥାନରେ ସିନେମାର ସୁଟିଂ ହୋଇଛି । ଭାଇ-ଭଉଣୀର ସମ୍ପର୍କ ଓ କର୍ତ୍ତବ୍ୟକୁ ନେଇ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ର  କିଛି ଚମତ୍କାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିରେ  ପାରିବାରିକ କାହାଣୀ ସହ ଆକ୍ସନ୍‌କୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି, ଯାହା ଦର୍ଶକଙ୍କୁ  ପସନ୍ଦ ଆସିବ ବୋଲି ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.