ଭୁବନେଶ୍ୱର,୧୭/୧୦: ଜୀ ସାର୍ଥକର ନୂଆ ଓଡ଼ିଆ ସିନେମା ‘ଜବରଦସ୍ତ ଜ୍ୱାଇଁ’ର ସଙ୍ଗୀତ ଲୋକାର୍ପଣ  ଓ ପୋଷ୍ଟର୍‌ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଏହା ଅକ୍ଟୋବର ୨୦  ତାରିଖ ରବିବାର ସନ୍ଧ୍ୟା ସାଢ଼େ ୬ରେ  ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‌ ହେବ ବୋଲି  ଘୋଷଣା କରାଯାଇଛି । ମନୋରଞ୍ଜନ  ଭିତ୍ତିକ ହାସ୍ୟରସରେ ଭରପୂର ଏହି  ସିନେମାରେ ବାଲେଶ୍ୱରର ଏକ ଛୋଟିଆ  ସ୍ଥାନରୁ ଚାକିରି ପାଇଁ ଭୁବନେଶ୍ୱର ଆସି  ସଂଘର୍ଷ କରୁଥିବା ଯୁବକ ପ୍ରଭାତର  ପରିସ୍ଥିତି ଓ ପ୍ରେମକୁ ନେଇ କାହାଣୀ  ଆଗେଇଛି । 

ମୁଖ୍ୟ ଚରିତ୍ରରେ ଦୀପନ୍ୱିତ  ଦାଶମହାପାତ୍ର, କୁକିଜ୍‌ ସ୍ୱାଇଁଙ୍କ ସହ  କେକେ, ଚୌଧୁରୀ ଜୟପ୍ରକାଶ ଦାସ  ଓ ଜୀବନ ପଣ୍ଡା ପ୍ରମୁଖ କଳାକାର  ଅଭିନୟ କରିଛନ୍ତି । ପ୍ରଯୋଜନା କବୀର  ଦାସ କରିଥିବାବେଳେ ନିର୍ଦ୍ଦେଶନା  ଦେଇଛନ୍ତି ଅଶୋକ ପତି । ସଙ୍ଗୀତ  ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ।  ଭୁବନେଶ୍ୱରର ଏକ ହୋଟେଲରେ  ଆୟୋଜିତ ସଙ୍ଗୀତ ଲୋକାର୍ପଣ ପର୍ବରେ  ସିନେମାର ପୂରା ଟିମ୍‌ ସହ ଜୀ ସାର୍ଥକ  ଚ୍ୟାନେଲ୍‌ ଚିଫ୍‌ ପ୍ରତୀକ ସିଲ୍‌, ପ୍ରୋଗ୍ରାମିଂ  ମ୍ୟାନେଜର ତନ୍ମୟ ମିଶ୍ର, ନନ୍‌ ଫିକ୍ସନ୍‌  ଗ୍ରୁପ୍‌ ହେଡ୍‌ ସାଇ କିରଣ ମଙ୍ଗରାଜ,  କମର୍ସିଆଲ୍‌ ହେଡ୍‌ ଜଗଦୀଶ୍ୱର, କଳାକାର  ଭକ୍ତି, ଐଶ୍ୱର୍ଯ୍ୟା, କଣ୍ଠଶିଳ୍ପୀ ଚିରାଗ, ଶୀତଲ  କବି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।