କଟକ,୨୭/୧୦: କଟକ ସହରର  ଭାଇଚାରା ଓ ଯୁବପିଢ଼ିମାନଙ୍କ ଭିତରେ ଥିବା  ଅଭିମାନ, ପରସ୍ପର ପ୍ରତି ଭଲପାଇବା ଓ  ଆତ୍ମବିଶ୍ୱାସ ଉପରେ ଏକ ସୁନ୍ଦର ଗୀତ କଟକ  ପିଲାପ୍ରସ୍ତୁତ କରାଯାଇଛି । ଏହି ଗୀତକୁ ଅଙ୍କିତ ସାହୁ ଓ ଅର୍ମାନ ନାୟକ ରଚନା କରିଥିବା ବେଳେ  ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅର୍ମାନ ନାୟକ ।  ସେହିପରି ଏହି ଗୀତରେ କଣ୍ଠଦାନ କରିଛନ୍ତି  ଅଂଶୁମାନ ଭୂୟାଁ, ସ୍ୱୟମ ଶ୍ରୀତମ ବେହେରା ଓ  ଅର୍ମାନ ନାୟକ । ପ୍ରଯୋଜନା କରିଛନ୍ତି ପି. ବର୍ଷିଥ  ଆଚାର୍ଯ୍ୟ ଓ ସମ୍ବିତ ଜେନା । ପ୍ରଯୋଜକ ହେଉଛନ୍ତି  ବିଶାଳ କୁମାର । ଏହି ଗୀତଟି ଆସନ୍ତା ନଭେମ୍ବର  ୭ ତାରିଖରେ ରିଲିଜ୍‌ ହେବ । ଗୀତଟି ସମ୍ପୂର୍ଣ୍ଣ  ରୂପେ କଟକର ଯୁବପିଢ଼ିଙ୍କ ଉପରେ ଆଧାରିତ ।  ତେଣୁ "କଟକ ପିଲାଗୀତଟି ଏକ ଗର୍ବ ଓ ଉତ୍ସାହ ।  ଯାହା ଓଡ଼ିଆ ସଙ୍ଗୀତ ଜଗତରେ ଏକ ନୂଆ  ଚମକ ଆଣିବ ବୋଲି ସମସ୍ତେ ଉତ୍ସାହିତ ଅଛନ୍ତି ।