ପୁରୀ ୧୪/୪ : ଶ୍ରୀମନ୍ଦିରରେ ପ୍ରଚଳନ ହେଲା ନୂଆ ପାଞ୍ଜି। ପଞ୍ଜିକା ଅନୁସାରେ ୨୦୨୬-୨୭ ମସିହାରେ ମୋଟ ୪ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବ। ଏ ବର୍ଷ ଗୋଟିଏ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ, କଙ୍କଣାକୃତି ସୂର୍ଯ୍ୟୋପରାଗ, ଆଶିଂକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ। 

୧-ଅଗଷ୍ଟ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ହେବ। ଏହି ସୂର୍ଯ୍ୟୋପରାଗ ଉତ୍ତର ଆମେରିକା ପଶ୍ଚିମ ଆଫ୍ରିକା ,ୟୁରୋପ  ଆଦି ଅଞ୍ଚଳରେ ଦୃଶ୍ୟ ହେବ। ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ। ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁମାନେ ଏହି ସୂର୍ଯ୍ୟୋପରାଗ ପାଳନ କରିବେ।

୨- ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଆମେରିକା, ୟୁରୋପ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୃଶ୍ୟ ହେବ। ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ । ଦୃଶ୍ୟ ହେଉଥିବା ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁମାନେ ପାଳନ କରିବେ।

୩- ୨୦୨୭ ଫେବୃଆରୀ ୬ରେ କଙ୍କଣାକୃତି ସୂର୍ଯ୍ୟୋପରାଗ ହେବ। ଏହି ସୂର୍ଯ୍ୟୋପରାଗ ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ । ଏଣୁ ପାଳନୀୟ ନୁହେଁ । ଏହି ସୂର୍ଯ୍ୟୋପରାଗ ଦକ୍ଷିଣ ଆମେରିକା , ଆଣ୍ଟାର୍କଟିକା, ଦକ୍ଷିଣ ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଦୃଶ୍ୟ ହେବ । ଦୃଶ୍ୟ ହେଉଥିବା ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁମାନେ ଏ ସୂର୍ଯ୍ୟୋପରାଗ ପାଳନ କରିବେ।

୪- ୨୦୨୭ ଫେବୃଆରୀ ୨୦ରେ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ। ଏହି ଉପଛାୟା ଜନିତ ଚନ୍ଦ୍ରଗ୍ରହଣ କେବଳ ମାତ୍ର ବିମ୍ବର ମଳିନତା ଦର୍ଶନ କରାଯାଇପାରେ। ଭାରତ ତଥା ଓଡ଼ିଶାରେ ଏହି ଉପଛାୟା ଜନିତ ଗ୍ରହଣ ଦୃଶ୍ୟ ହେବ। ଯଦ୍ୱାରାକି ଗ୍ରହଣ ସମୟରେ ଚନ୍ଦ୍ରବିମ୍ବ ମିଳନ ଦୃଶ୍ୟ ହେବ କିନ୍ତୁ ଧାର୍ମିକ ରୀତିନୀତି ଅନୁସାରେ ପାଳନ କରାଯିବା ଅନାବଶ୍ୟକ।

ll ସନ ୨୦୨୬-୨୭ ମସିହାରେ ଗ୍ରହ ଚଳନ ll :- 

ବୃହସ୍ପତି ୨୦୨୬ ଜୁନ ତା ୧ ରିଖ ସୋମବାର ରାତ୍ରି ଘ ୧|୪୮ ସମୟେ କର୍କଟ ରାଶିକୁ ସଂଚାର କରିବେ। 

ଅକ୍ଟୋବର ତା ୩୧ ରିଖ ଶନିବାର ଦିବା ୧୨|୧ ସମୟେ ସିଂହ ରାଶିକୁ ସଂଚାର କରିବେ।

୨୦୨୭ ଜାନୁୟାରୀ ତା ୨୪ ରିଖ ରବିବାର ରାତ୍ରି ଘ ୧|୩୩ ସମୟେ କର୍କଟ ରାଶିକୁ ସଂଚାର କରିବେ।
 
ରାହୁ :-   ବ ୨୦୨୬  ମା ୧୧ ତା ୨୫ ରିଖ ବୁଧବାର ରାତ୍ରି ଘ ୭|୩୪ ସମୟେ ରାହୁ ମକର ରାଶିକୁ ସଂଚାର କରିବେ।
କେତୁ :-    ବ ୨୦୨୬  ମା ୧୧ ତା ୨୫ ରିଖ ବୁଧବାର ରାତ୍ରି ଘ ୭|୩୪ ସମୟେ କେତୁ କର୍କଟ ରାଶିକୁ ସଂଚାର କରିବେ।

ଏହି ଖବରଟିକୁ ପଢନ୍ତୁ- ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରଚଳନ ହେଲା ନୂଆ ପାଞ୍ଜି, ଜାଣନ୍ତୁ ଶୁଦ୍ଧ ଓ ଅଶୁଦ୍ଧ କାଳ...