ପୁରୀ ୧୪/୪ : ଦୋଳପୂର୍ଣ୍ଣମୀରେ ଠାକୁରେ ଜନଜଗତର ଖବର ନିଅନ୍ତି । ଦୋଳ ବେଦିରେ ଦୋଳଗୋବିନ୍ଦ ବିଜେ କରିଥାନ୍ତି । ଦେବ ସଭା ହେଉଥାଏ । ପ୍ରଭୁ ସୁବିଧା ଅସୁବିଧା ଜାଣନ୍ତି । ବୃହସ୍ପତି ଏହି ସଭାରେ ନୂତନ ପାଞ୍ଜି ଧରି ଉଭା ହୋଇଥାନ୍ତି । ବ୍ରହ୍ମଦେବଙ୍କ ଆଜ୍ଞା ପାଇ ବୃହସ୍ପତି ଚଳିତ ବର୍ଷ ବ୍ରହ୍ମାଣ୍ଡର ହାଲଚାଲ ଜଣାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ପ୍ରଚଳିତ ଏହି ପରମ୍ପରା । ଗଜପତିଙ୍କ ରାଜଜ୍ୟୋତିଷ ଶ୍ରୀକ୍ଷେତ୍ରରେ ବୃହସ୍ପତିଙ୍କ ଭୂମିକା ଗ୍ରହଣ କରି ଠାକୁରଙ୍କ ନିକଟରେ ପାଞ୍ଜି ପଠନ କରି ମହାପ୍ରଭୁଙ୍କୁ ଚଳିତ ବର୍ଷର ବିଶ୍ୱର ହାଲଚାଲ ଜଣାଇଛନ୍ତି ।
ଚଳିତ ବର୍ଷ ଶାସନ କର୍ତ୍ତା ହେଉଛନ୍ତି ରବି ଦେବ । ମନ୍ତ୍ରୀ ପଦରେ ରହିଛନ୍ତି ବୁଧ । ପୁରୋହିତ ହେଲେ ଶନି । ଗ୍ରହବିପ୍ର ବୃହସ୍ପତି । ପରୀକ୍ଷକ ମଙ୍ଗଳ । କରଣ ଶୁକ୍ର । ଡ଼ଗର ଚନ୍ଦ୍ର । ତାଡନୀୟ ରବି । ଅର୍ଥରକ୍ଷକ ବୁଧ । ଆସ୍ଥାନରକ୍ଷକ ଶନି । ପ୍ରତିହାରୀ ମଙ୍ଗଳ । ଦଣ୍ଡକାର ହେଲେ ଶୁକ୍ର । ଏ ସମ୍ବତ୍ସରେ ସଂଗ୍ରାମାଧିପତି ହେଲେ ଚନ୍ଦ୍ର । ଶସ୍ୟାଧିପତି ହେଲେ ଶୁକ୍ର । ଗ୍ରହଧାନ୍ୟାଧିପତି ହେଲେ ମଙ୍ଗଳ । ଅର୍ଘ୍ୟାଧିପତି ଚନ୍ଦ୍ର । ମେଘାଧିପତି ଚନ୍ଦ୍ର । ରସାଧିପତି ଶନି । ନିରସାଧିପତି ବୃହସ୍ପତି । ଦୁର୍ଗଅଧିପତି ଚନ୍ଦ୍ର । ଧନାଧିପତି ବୁଧ । ଫଳାଧିପତି ଚନ୍ଦ୍ର । ପୁଷ୍ପାଧିପତି ଶୁକ୍ର ।
ଏ ସମ୍ବତ୍ସରେ ମେଘଙ୍କ ନାମ ପୁଷ୍କର । ଏ ମେଘଙ୍କର ପୌଢାବସ୍ଥା । ପୁଷ୍କର ମେଘ ୨ ପଦ୍ମ ସୌନ୍ୟନେଇ ବୃଷ୍ଟି କରିବ ଦକ୍ଷିଣ ଦିଗରୁ। ଗୃହ ପଶ୍ଚିମ ଦିଗେ । ଆସ୍ଥାନ କ୍ରୋଞ୍ଚ ଦ୍ଵୀପେ । ଐରାବତ ହସ୍ତୀଜନ ତୋଳି ବୃଷ୍ଟି କରିବ ଜଳ ସମୁଦ୍ରରୁ । ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲଜି
ଏ ସମ୍ବତ୍ସରେ ପୃଥିବୀରେ ଶସ୍ୟାୟ ବି୬ଶ୍ଵା ୮ ଗଣ୍ଡା ମାତ୍ର
ll ବର୍ଷାପ୍ରମାଣ ll :-
ଏ ସମ୍ବତ୍ସରେ ଐରାବତ ହସ୍ତୀ ଜଳତୋଳି ବୃଷ୍ଟି କରିବ ଦି ୫୦ ନ ମାତ୍ର। ତନ୍ମଧ୍ୟରୁ ସମୁଦ୍ରେ ବର୍ଷିବ ଦି ୨୫ ନ। ନଦୀ ପର୍ବତେ ବୃଷ୍ଟି କରିବ ଦି ୧୫ ନ ଓ ଦେଶରେ ବୃଷ୍ଟି କରିବ ଦି ୧୦ ନ ।
ll ବାୟୁ ପ୍ରମାଣ ll :-
ଏ ସମ୍ବତ୍ସରେ ବାୟୁ ୪୯ ଖଣ୍ଡରୁ ବହିବ ୪୯ ଖଣ୍ଡ ସମୁଦ୍ରେ ୨୭ ଖଣ୍ଡ । ନଦୀ ପର୍ବତେ ୧୨ ଖଣ୍ଡ । ଦେଶରେ ୧୦ ଖଣ୍ଡ ବାୟୁ ପ୍ରଭାବିତ ହେବ ।
ll ବର୍ଷା ଖଣ୍ଡ ll :-
ଏ ସମ୍ବତ୍ସରେ ବର୍ଷା ୨୨ ଖଣ୍ଡରୁ ବର୍ଷିବ ୨୦ ଖଣ୍ଡ। ସମୁଦ୍ରେ ୧୨ ଖଣ୍ଡ ନଦୀ ପର୍ବତେ ୫ ଖଣ୍ଡ ଏବଂ ଦେଶରେ ୩ ଖଣ୍ଡ ବର୍ଷିବ ।
ଭାରତୀୟ କାଳଗଣନାରେ କଳିଯୁଗର ସମ୍ବତ ପ୍ରଚଳିତ ଅଛି। ଚାରିଯୁଗରେ କଳିଯୁଗ ମାନ -୪୩୨୦୦୦ ବର୍ଷ। ସିଦ୍ଧାନ୍ତ ଜ୍ୟୋତିଷ ଗଣନାନୁସାରେ କଳିଯୁଗ ସମ୍ବତ ଆରମ୍ଭ ୩୧୦୨ ଖ୍ରୀଷ୍ଟପୂର୍ବ ଫେବୃୟାରୀ ତା ୧୮ ରିଖ ମାଘ ପୂର୍ଣ୍ଣିମା ଶୁକ୍ରବାର ରାତ୍ରି ସମୟେ ହୋଇଥିଲା। ବର୍ତ୍ତମାନ ସନ ୨୦୨୬ ମସିହା ଫେବୃୟାରୀ ତା ୧୮ ରିଖକୁ ୫୧୨୭ ବର୍ଷ ଅତୀତ ହେଲାଣି। ଅବଶିଷ୍ଟ ୪୨୬୮୭୩ ବର୍ଷ ଭୋଗ ହେବାକୁ ଅଛି। ଏହି ପ୍ରମାଣ ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ୫୨୫୧ ବର୍ଷ ପୂର୍ବେ ଅବତାର ହୋଇଥିଲେ। ମହାଭାରତ ଯୁଦ୍ଧ ୫୧୨୭ ବର୍ଷ ପୂର୍ବେ ସମାପ୍ତ ହୋଇଥିଲା।
ବର୍ତ୍ତମାନ ସିଦ୍ଧାର୍ଥ ନାମକ ସମ୍ବତ୍ସର ସନ ୨୦୨୬ ମଇ ତା ୧୬ ରିଖ ପ୍ରାତଃ ଘ ୭|୧୧ ସମୟେ ନୂତନ ସମ୍ବତ୍ସର ରୌଦ୍ର ପ୍ରବେଶ କରିବେ ।
ll ସମ୍ବତ୍ସର ଓ ଦେବମଣ୍ଡଳ ll :-
ଏ ସମ୍ବତ୍ସରେ ଯୁଗଙ୍କ ନାମ- ଅଶ୍ୱିନୀ ପୁତ୍ର। ଅଙ୍ଗିରସଙ୍କ ନାମ - ଅନୁବତ୍ସର । ଏହାର ଅଧିପତି ବ୍ରହ୍ମା ହେବେ। ବିଦ୍ୟୁତ୍ ନାମ - ଚପଳା । ଗର୍ଜନନାମ - ସୌମିତ୍ରି । ମଣ୍ଡଳ ନାମ - ଦେବେନ୍ଦ୍ର । ବାୟୁନାମ- ଆବାହ । ନାଗଙ୍କ ନାମ- ଶଙ୍ଖ । ନାଗପତ୍ନୀଙ୍କ ନାମ- ସୁଗନ୍ଧ । ବ୍ରହ୍ମାଙ୍କ ନାମ- କମଳାସନ । ବିଷ୍ଣୁଙ୍କ ନାମ- ବୈକୁଣ୍ଠ । ଇନ୍ଦ୍ରଙ୍କ ନାମ - ବୃଦ୍ଧଶ୍ରବା । ଗନ୍ଧର୍ବଙ୍କ ନାମ- ପାକଶାସନ । ପୁଷ୍ପଙ୍କ ନାମ- ନୀଳୋତ୍ପଳ । ସଭାଙ୍କ ନାମ - ଦେବସଭା । ବୃକ୍ଷଙ୍କ ନାମ- ହରିଚନ୍ଦନ । ଗଜଙ୍କ ନାମ- ଦନ୍ତାବଳ । ଅଶ୍ୱଙ୍କ ନାମ ବାଜି । ଇତି ଦେବମଣ୍ଡଳ।।
ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲଜି
ll ଖଡଗ ଖର୍ପରାଦି ଜ୍ଞାନ ll :-
ଏ ସମ୍ବତ୍ସର ଖଡଗ କରାଳୀଙ୍କ ହସ୍ତେ। ଖର୍ପର ରୁଦ୍ରାଣୀଙ୍କ ହସ୍ତେ। ଗଦା କୁବେରଙ୍କ ହସ୍ତେ। ଚକ୍ର ବିଷ୍ଣୁଙ୍କ ହସ୍ତେ । କୁନ୍ତ କାପାଳିକଙ୍କ ହସ୍ତେ। ପିନାକଧନୁ ଶିବଙ୍କ ହସ୍ତେ । ଜ୍ଞାନ ଯୁଧିଷ୍ଠିରଙ୍କ ଙ୍କ ହସ୍ତେ । ସୁଖ ଧନଞ୍ଜୟଙ୍କ ହସ୍ତେ। ଦୁଃଖ ଭଦ୍ରକାଳୀଙ୍କ ହସ୍ତେ। ଧର୍ମ ନିରଞ୍ଜନଙ୍କ ହସ୍ତେ। ଭଣ୍ଡାର କମଳା ଙ୍କ ହସ୍ତେ । ସ୍ୱର୍ଣ୍ଣ ପାର୍ବତୀ ଙ୍କ ହସ୍ତେ। ରୌପ୍ୟ ବିମଳା ଙ୍କ ହସ୍ତେ। ଶାନ୍ତି ନିରାକାର ଙ୍କ ହସ୍ତେ। ଜନ୍ମ ବ୍ରହ୍ମାଙ୍କ ହସ୍ତେ। ମରଣ ଯମଙ୍କ ହସ୍ତେ। ବୀଣା ସରସ୍ୱତୀଙ୍କ ହସ୍ତେ । ବସ୍ତ୍ର ଇନ୍ଦ୍ର ଙ୍କ ହସ୍ତେ। ଔଷଧ ଗରୁଡଙ୍କ ହସ୍ତେ। ଅଗ୍ନି ହନୁମାନଙ୍କ କପାଳରେ ରହି ବର୍ଷ ଶେଷ ହେବ ।
ll ଶୁଦ୍ଧକାଳ ll :-
ବର୍ଷାରମ୍ଭ ଅର୍ଥାତ ଅପ୍ରେଲ ତା ୨୪ ରିଖ ଠାରୁ ଜୁଲାଇ ତା ୧୬ ରିଖ ପର୍ଯ୍ୟନ୍ତ ଶୁଦ୍ଧକାଳ। ନଭେମ୍ୱର ତା ୨୧ ରିଖ ପରଠାରୁ ଡିସେମ୍ୱର ତା ୧୫ ରିଖ ପର୍ଯ୍ୟନ୍ତ ଶୁଦ୍ଧକାଳ ତତ୍ପରେ ସନ ୨୦୨୬ ଜାନୁୟାରୀ ତା ୧୪ ରିଖଠାରୁ ମାର୍ଚ୍ଚ ତା ୧୪ ରିଖ ପର୍ଯ୍ୟନ୍ତ ଶୁଦ୍ଧକାଳ ।
ll ଅଶୁଦ୍ଧକାଳ ll :-
ମଇ ତା ୧୭ ରିଖ ରୁ ଜୁନ ତା ୧୫ ରିଖ ମଧ୍ୟେ ମଳମାସ ଯୋଗୁ ଅଶୁଦ୍ଧ କାଳ ଏବଂ ଜୁଲାଇ ତା ୧୭ ରିଖ କର୍କଟ ସଂକ୍ରାନ୍ତି ଏବଂ ଜୁଲାଇ ତା ୨୫ ରିଖ ଦେବଶୟନ ଏକାଦଶୀ ରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାତୁର୍ମାସ୍ୟା କାଳ ଅଶୁଦ୍ଧକାଳ । ଡିସେମ୍ୱର ତା ୧୬ ରିଖରୁ ଧନୁମାସ ଜାନୁୟାରୀ ତା ୧୩ ରିଖ ମଧ୍ୟେ ଅଶୁଦ୍ଧକାଳ । ମାର୍ଚ୍ଚ ତା ୧୫ ରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଶୁଦ୍ଧ କାଳ ଭୋଗ ହେବ। ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲଜି
ll ସନ ୨୦୨୬-୨୭ ମସିହାରେ ଗ୍ରହ ଚଳନ ll :-
ବୃହସ୍ପତି ୨୦୨୬ ଜୁନ ତା ୧ ରିଖ ସୋମବାର ରାତ୍ରି ଘ ୧|୪୮ ସମୟେ କର୍କଟ ରାଶିକୁ ସଂଚାର କରିବେ।
ଅକ୍ଟୋବର ତା ୩୧ ରିଖ ଶନିବାର ଦିବା ୧୨|୧ ସମୟେ ସିଂହ ରାଶିକୁ ସଂଚାର କରିବେ।
୨୦୨୭ ଜାନୁୟାରୀ ତା ୨୪ ରିଖ ରବିବାର ରାତ୍ରି ଘ ୧|୩୩ ସମୟେ କର୍କଟ ରାଶିକୁ ସଂଚାର କରିବେ।
ରାହୁ :- ବ ୨୦୨୬ ମା ୧୧ ତା ୨୫ ରିଖ ବୁଧବାର ରାତ୍ରି ଘ ୭|୩୪ ସମୟେ ରାହୁ ମକର ରାଶିକୁ ସଂଚାର କରିବେ।
କେତୁ :- ବ ୨୦୨୬ ମା ୧୧ ତା ୨୫ ରିଖ ବୁଧବାର ରାତ୍ରି ଘ ୭|୩୪ ସମୟେ କେତୁ କର୍କଟ ରାଶିକୁ ସଂଚାର କରିବେ।