ନୂଆଦିଲ୍ଲୀ: ଆପଣ ଗୁଗୁଲରେ ବିଜ୍ଞାପନ ଦେଖିବା ପରେ କୈଣସି ସାମଗ୍ରୀ କିଣିବାକୁ ଯୋଜନା କରୁଛନ୍ତି କି...? ସାବଧାନ...! ତେବେ ଗୁଗଲରେ କିଛି ଖୋଜିବା ପୂର୍ବରୁ ସତର୍କ ରୁହନ୍ତୁ। କାରଣ ଗୁଗୁଲରେ ଉପଲବ୍ଧ କମ୍ପାନୀର ବିବରଣୀ ଏବଂ ସେମାନଙ୍କ ମଧ୍ୟ ନକଲି ହୋଇପାରେ |

ଗୁରୁଗ୍ରାମର ସାଇବର କ୍ରାଇମ ପୋଲିସର ଅନୁସନ୍ଧାନ କରି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆଣିଛି। ଗୁଗୁଲରେ ପ୍ରାୟୋଜିତ ବିଜ୍ଞାପନ ମାଧ୍ୟମରେ କମ୍ପାନୀଗୁଡିକ ଦେଇଥିବା ସୂଚନା ଏବଂ ମୋବାଇଲ ନମ୍ବର ସବୁ ନକଲି। ସାଇବର ଠିକ ମାନଙ୍କ ଦ୍ୱାରା ଏହି ମୋବାଇଲ ନମ୍ବର ଗୁଡିକୁ ବ୍ୟବହାର କରାଯାଉଛି।  ନିକଟରେ, ଗୁରୁଗ୍ରାମ ପୋଲିସର ସାଇବର କ୍ରାଇମ ୟୁନିଟ୍ ସାଇବର ଠକଙ୍କ ଦ୍ବାରା ଗୁଗୁଲରେ ଚାଲୁଥିବା ପ୍ରାୟ ୧୮ଟି ପ୍ରାୟୋଜିତ ବିଜ୍ଞାପନ ସମ୍ପର୍କରେ ଗୁଗୁଲକୁ ଏକ ବିଜ୍ଞପ୍ତି ଜାରି କରିଛି।

ସାଇବର ପୋଲିସ ୬ ଟି ପ୍ରାୟୋଜିତ ବିଜ୍ଞାପନ କମ୍ପାନୀର ସବିଶେଷ ତଥ୍ୟକୁ ଗୁଗୁଲ ସହ ସେୟାର କରିଛି। ସାଇବର ଜାଲିଆତି ପାଇଁ ସେମାନଙ୍କ ମୋବାଇଲ ନମ୍ବର ବ୍ୟବହାର କରାଯାଉଥିବା ସୂଚନା ଦେଇଛି।  ସାଇବର କ୍ରାଇମ ଥାନାର ଏସିପି ପ୍ରିୟାନସୁ ଦିୱାନଙ୍କ ଅନୁଯାୟୀ ଗୁଗୁଲ କିମ୍ବା ଗୁଗୁଲ ପ୍ଲେରେ ଜାରି କରାଯାଇଥିବା କୈଣସି ସୂଚନା କିମ୍ବା ମୋବାଇଲ ନମ୍ବର ବ୍ୟବହାର କରିବା ପୂର୍ବରୁ ସତର୍କ ରହିବାର ଆବଶ୍ୟକତା ରହିଛି।

ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରୁ ଆସାମ ପର୍ଯ୍ୟନ୍ତ ଦେଶର ୯ ଟି ରାଜ୍ୟରେ ୩୬ରୁ ଅଧିକ ଗାଁ ଏବଂ ସହର ଅଛି ଯାହା ସାଇବର ଅପରାଧର କେନ୍ଦ୍ରସ୍ଥଳ ପାଲଟିଛି।   ବର୍ତ୍ତମାନ ଯାଏଁ କେବଳ ଝାଡଖଣ୍ଡର ଜାମତାରା ଅଞ୍ଚଳ ସାଇବର ଅପରାଧର କେନ୍ଦ୍ର ଭାବରେ ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ସରକାର କହିଛନ୍ତି ଯେ ଦେଶରେ ଜାମତାରା ପରି ୩୬ରୁ ଅଧିକ ସାଇବର କ୍ରାଇମ୍ ହବ ରହିଛି।  ସରକାରୀ ତଥ୍ୟ ଅନୁଯାୟୀ ଦେଶର ୯ ଟି ରାଜ୍ୟ ଯଥା ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳ ଏବେ ସାଇବର ଅପରାଧର ହଟସ୍ପଟ୍ ପାଲଟିଛି।

ବର୍ତ୍ତମାନ ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ମେଳା ନାଁରେ ସାଇବର ଠକମାନେ ସକ୍ରିୟ ଅଛନ୍ତି ବୋଲି ସାଇବର ଥାନା ପୋଲିସ ସୂଚନା ଦେଇଛନ୍ତି। ମହାକୁମ୍ଭ ମେଳାରେ ଯାତ୍ରୀ ଅଥବା ପର୍ଯ୍ୟଟକମାନଙ୍କୁ ଟେଣ୍ଟ କିମ୍ବା ହୋଟେଲ ବୁକ୍ ଆଳରେ ଲୁଟୁଛନ୍ତି ସାଇବର ଅପରାଧି। ତେବେ ଏହାପୂର୍ବରୁ ହୋଟେଲ ବୁକିଂ ପାଇଁ ସାଇବର ଠକମାନେ ସାଇବର ଆଟାକ କରିବା ଆରମ୍ଭ କରିଦେଇଛନ୍ତି।

ଏପରି ପରିସ୍ଥିତିରେ, ଆପଣ ଯେକୈଣସି ବିଜ୍ଞାପନରେ କ୍ଲିକ୍ କରନ୍ତୁ ନାହିଁ। ଯଦି ଆପଣଙ୍କୁ କେଉଁ ବିଜ୍ଞାପନ ପସନ୍ଦ ଆସୁଛି, ତେବେ ପ୍ରଥମେ ତାର ୱେବସାଇଟ୍ ପରିଦର୍ଶନ କରନ୍ତୁ ଏବଂ ଏହାର ସଂପୂର୍ଣ୍ଣ ଯାଞ୍ଚ କରନ୍ତୁ।

ୱେବସାଇଟ୍ କୁ ଯିବାପରେ ଏହାର ଅକ୍ଷରସଜା, ବ୍ୟାକରଣଗତ ତ୍ରୁଟି କିମ୍ବା ଡିଜାଇନ୍ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କୁ କିଛି ଅଜବ ମନେହୁଏ, ତେବେ ତୁରନ୍ତ ୱେବସାଇଟ୍ ଛାଡି ଦିଅନ୍ତୁ। ଯଦି ଆପଣ ଏଭଳି କିଛି ଜାଲିଆତି ବିଜ୍ଞାପନ ଦେଖନ୍ତି, ତେବେ ଆପଣ ଏହାକୁ ଗୁଗୁଲରେ ରିପୋର୍ଟ କରିପାରିବେ। ଯେଉଁଥିପାଇଁ ଗୁଗୁଲ ସେହି ବିଜ୍ଞାପନକୁ ହଟାଇବାକୁ ଓ ଅନ୍ୟ ଉପଭୋକ୍ତାମାନଙ୍କୁ ଠକାମିରୁ ରକ୍ଷା କରିବାକୁ ସକ୍ଷମ ହେବ।