ଭୁବନେଶ୍ଵର, ୨୨/୦୪ : ଏପ୍ରିଲ ୨୪ରେ ମିଳିବ ନୂଆ ରାସନ କାର୍ଡ। ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର। ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ବଣ୍ଟା ହେବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 

ମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାପାଳମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେବି ୨୫ ଲକ୍ଷ ହିତାଧିକାରୀ ଇକେୱାଇସି କରିନାହାନ୍ତି। ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସରମାନଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି, କିଏ ନାହାନ୍ତି, କାହାର ନାମ କଟାଯିବ ସେନେଇ ନିଷ୍ପତ୍ତି ନିଆଯିବ। 

ଏହି ଖବରଟିକୁ ପଢନ୍ତୁ-ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା