ନୂଆଦିଲ୍ଲୀ, ୧।୯: ନିକଟରେ ଏକ ବୈଜ୍ଞାନିକମାନେ ବଡ଼ ଖୁଲାସା କରିଛନ୍ତି । ପ୍ରଶାନ୍ତ ମହାସାଗର ଭଳି ଆଟଲାଣ୍ଟିକ ମହାସାଗର ଜଳିବା ଆରମ୍ଭ କରିବ । ଭୂକମ୍ପ ଜୋନ୍ ସୃଷ୍ଟି ହେବା ସହ ଆଗ୍ନେୟଗିରି ଉଦଗୀରଣ ହେବ । ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁନାମି ମାଡ଼ି ଆସିବ । କାରଣ ଆଟଲାଣ୍ଟିକ ମହାସାଗରରେ 'ରିଙ୍ଗ ଅଫ ଫାୟାର' ଜୋନ୍ ସୃଷ୍ଟି ହେବାକୁ ଯାଉଛି । ପ୍ରାଚୀନ ସାମୁଦ୍ରିକ ଅଞ୍ଚଳରେ ଭୂକମ୍ପ ହେବା ଯେଉଁଠି ଦିନେ ଅସମ୍ଭବ ଥିଲା ତାକୁ ସମ୍ଭବ କରାଇବ ଡିଲାମିନେସନ ପ୍ରକ୍ରିୟା । ୧୭୫୫ ମସିହାରେ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ଭୂକମ୍ପ ହୋଇଥିଲା । ଯାହା ୟୁରୋପ ଇତିହାସ ପୃଷ୍ଠାରେ ସବୁଠାରୁ ବିନାଶକାରୀ ଭୂକମ୍ପ ଭାବରେ ଲିପିବଦ୍ଧ ହୋଇଛି । ଏହି ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୮.୭, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୮୫% କୋଠା ଧ୍ୱଂସ ହୋଇଯାଇଥିଲା । ୨୭୦ ବର୍ଷ ପରେ ଏହି ଭୂମିକମ୍ପ ପଛର କାରଣ ବୈଜ୍ଞାନିକମାନେ ଜାଣିପାରିଛନ୍ତି ।

ପର୍ତ୍ତୁଗାଲ ଉପକୂଳ ନିକଟରେ ସମୁଦ୍ର ତଳେ ଥିବା ଓସିଏନିକ୍ ପ୍ଲେଟ୍ ପରସ୍ପର ପୃଥକ ହେବାରେ ଲାଗିଛି। ଏହି ପ୍ରକ୍ରିୟାକୁ ‘ଡିଲାମିନେସନ’ କୁହାଯାଉଛି ଏହି ପ୍ରକ୍ରିୟାରେ, ପୃଥିବୀର କଷ୍ଟ୍ ଭାଗ ଗରମ ହେଉଛି ଏବଂ ଟେକ୍ଟୋନିକ୍ ପ୍ଲେଟ୍ ଧୀରେ ଧୀରେ ତଳକୁ ଖସି । ଯାହା ଫଳରେ ଫଲ୍ଟ୍ ଲାଇନ୍ ସୃଷ୍ଟି ହେବା ଯୋଗୁ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଟି କରିପାରେ । ବୈଜ୍ଞାନିକଙ୍କ ଆହୁରି ବଡ଼ ଆବିଷ୍କାର ହେଉଛି, ଆଟଲାଣ୍ଟିକ ମହାସାଗର ତଳେ ଏକ ନୂତନ ସବଡକ୍ସନ ଜୋନ୍ ସୃଷ୍ଟି ରହିଛି । ଏହା ସେହି ସମାନ ପ୍ରକ୍ରିୟା ଯୋଗୁଁ ଭବିଷ୍ୟତ ସେଠାରେ ଏକ 'ରିଙ୍ଗ ଅଫ ଫାୟାର' ଜୋନ୍ ସୃଷ୍ଟି କରିପାରିବ ।

୧୯୬୯ ମସିହାରେ ପର୍ତ୍ତୁଗାଲ ନିକଟରେ ୭.୯ ତୀବ୍ରତାର ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ପୃଥିବୀର ଆବରଣରେ ୨୫୦ କିଲୋମିଟର ଦୂରରେ ଏକ ବିରାଟ "ବ୍ଲବ୍" ପଡ଼ୁଥିବା ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଥିଲେ । ଏହି ଭୂମିକମ୍ପ ପଛରେ ଆବରଣ ଏବଂ କ୍ରୁଷ୍ଟର ପୃଥକୀକରଣ ପ୍ରକ୍ରିୟା ରହିଛି । ଏହି ପ୍ରକ୍ରିୟା ଏକ ନୂତନ ସବଡକ୍ସନ୍ ଜୋନ୍ ଗଠନର ଆରମ୍ଭ ଏବଂ ୧୭୫୫ ଲିସବନ୍ ଭୂମିକମ୍ପ ଏହାର ପ୍ରଥମ ପ୍ରମାଣ ଥିଲା ବୋଲି ଗବେଷକମାନେ କହିଛନ୍ତି ।