ଭୁବନେଶ୍ବର, ୨୧।୨ : ମାଲକାନଗିରି ମୋଟୁରୁ ମୟୁରଭଞ୍ଜ ତିରିଂ ପର୍ଯ୍ୟନ୍ତ ତିଆରି ହେବ ରାସ୍ତା। ସଂପୂର୍ଣ୍ଣ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯୋଡିବା ପାଇଁ ବ୍ୟବସ୍ଥା ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇ। ଏହାର ଦୁଇ ପଟେ ତିଆରି ହେବ ଇକୋ ନୋମିକ କରିଡର। ରାଞ୍ଚି - ବିଜୟୱାଡା କରିଡର ସହ ଯୋଡି ହେବ ଏହି ରାସ୍ତା। ଆନ୍ଧ୍ର ପ୍ରଦେଶ ,ଛତିଶଗଡ଼, ଝାଡ଼ଖଣ୍ଡ ସହ ଏକ ପ୍ରମୁଖ ଯୋଗ ସୂତ୍ର ପାଇଁ ବାଟ ଫିଟିବ। ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।