ମୁମ୍ବାଇ ୧୫/୧୧: ଫିଲ୍ମ ‘କିସ୍ କିସ୍‌କୋ ପ୍ୟାର୍ କରୁଁ-୨’ର ନୂଆ ଗୀତ ‘ଫୁର୍ର’ ରିଲିଜ୍ ହୋଇଛି । ଗୀତରେ ହନି ସିଂହ ଓ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଛି । ପୂର୍ବରୁ ଏହାର ଟିଜର୍ ଆସିଥିଲା । ଏବେ ପୂରା ଭିଡିଓ ରିଲିଜ୍ ହୋଇଛି । ଗୀତରେ ଉଭୟ ପଞ୍ଜାବୀ ଷ୍ଟାଇଲ୍‌ରେ ନୃତ୍ୟ କରୁଛନ୍ତି । ଗୀତରେ କପିଲଙ୍କ ସହ ଆୟଶା ଖାନ, ତ୍ରିଧା ଚୌଧରୀ ଓ ପାରୁଲ ଗୁଲାଟୀ ମଧ୍ୟ ନୃତ୍ୟ କରିଛନ୍ତି । ଏକ ଷ୍ଟାଡିୟମ୍‌ରେ ଭିଡିଓ ସୁଟ୍ ହୋଇଛି । ଏଥିରେ ଡିସ୍କୋ ଲାଇଟ୍, ବଡ଼ ସେଟ୍ ଓ ପାର୍ଟି ଭଳି ପରିବେଶ ଦେଖିବାକୁ ମିଳୁଛି ।

ଗୀତ ଗାଇଛନ୍ତି ହନି ସିଂହ ଓ ଜୋଶ ବ୍ରାର୍ । ମ୍ୟୁଜିକ୍ ଦେଇଛନ୍ତି ହନି ସିଂହ, ଗୀତ ଲେଖିଛନ୍ତି ରାଜ ବ୍ରାର୍ । ଆସନ୍ତା ଡିସେମ୍ବର ୧୨ରେ ମୁକ୍ତିଲାଭ କରିବ ‘କିସ୍ କିସ୍‌କୋ ପ୍ୟାର୍ କରୁଁ-୨’ । ଫିଲ୍ମରେ କପିଲ ଭିନ୍ନ ଭିନ୍ନ ସଂସ୍କୃତିର ପରିବାର ମଧ୍ୟରେ ଫସିଯାଇଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁକଳ୍ପ ଗୋସ୍ୱାମୀ । ୨୦୧୫, ଡିସେମ୍ବର ୨୫ରେ ମୂଳ ଫିଲ୍ମ ମୁକ୍ତିଲାଭ କରିଥିଲା, ଯାହା ଏକ ରୋମାଣ୍ଟିକ୍ କମେଡି ଥିଲା । ନିର୍ଦ୍ଦେଶନା ଦେଇଥିଲେ ଅବ୍ୱାସମସ୍ତାନ । ଫିଲ୍ମରେ କପିଲଙ୍କ ସହ ଏଲି ଆଭ୍ରମ, ମଞ୍ଜରୀ ଫଡନଭିସ, ସିମରନ କୌର ମୁଣ୍ଡୀ ଓ ସାଈ ଲୋକୁର ଅଭିନୟ କରିଥିଲେ ।