ଭୁବନେଶ୍ବର,୧୪।୮: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦରେ ଉପସଭାପତି ଓ  ଡେପୁଟି କଣ୍ଟ୍ରୋଲର କରାଯାଇଛି। ଅମୁଲ୍ୟ ପ୍ରଧାନଙ୍କୁ ପରିଷଦର ଉପସଭାପତି ଏବଂ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲର ଭାବେ ନିଯୁକ୍ତ କରାଯାଇଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଜୁଲାଇ ୨୦ ତାରିଖରେ  ଅନୁଷ୍ଠିତ ହେବାର ଥିଲା। ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର  ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହା ପରେ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷାକୁ  ବାତିଲ କରିଥିଲେ।  ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ବୋର୍ଡ କର୍ମଚାରୀ ଜିତନ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର,   ବୋର୍ଡ ଉପଭାପତି ନିହାର ମହାନ୍ତିଙ୍କ ସମେତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।  ଏହା ପରେ   ବୋର୍ଡ ଉପସଭାପତିଙ୍କୁ ନିଲମ୍ବିତ କରାଯାଇଥିଲା।