ନୂଆଦିଲ୍ଲୀ,୨୦/୧୨: ଭିଡ଼ିଓ ଷ୍ଟ୍ରିମିଂ ପ୍ଳାଟଫର୍ମ ୟୁଟ୍ୟୁବ । ଯେଉଁଥିରେ ଭିଡିଓ ଅପଲୋଡ କରି ଟଙ୍କା ରୋଜଗାର କରିବା ଏକ ପ୍ରକାର ଟ୍ରେଣ୍ଡରେ ରହିଛି । ହେଲେ ଏହାରି ମଧ୍ୟରେ ୟୁଟ୍ୟୁବର ଆସିଛି ନୂଆ ନିୟମ । ଏଣିକି ୟୁଟୁବ୍ରେ ବିଭ୍ରାନ୍ତକର ଥମ୍ବନେଲ୍ ଦେଲେ ନିଆଯିବା ବଡ଼ କାର୍ଯ୍ୟାନୁଷ୍ଠାନ । ୟୁଟ୍ୟୁବ୍ ଚ୍ୟାନେଲ ବିରୁଦ୍ଧରେ ଷ୍ଟ୍ରାଇକ୍ ନ କରି ଭିଡିଓକୁ କରାଯିବ ଡ଼ିଲିଟ୍। ଏନେଇ ସୂଚନା ଦେଇଛି ୟୁଟ୍ୟୁବ । ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କମାନେ ଯେପରି ଦ୍ବନ୍ଦରେ ନ ରହିବେ । କାରଣ ଭୁଲ ଥମ୍ବ୍ନେଲ ଦେଖି ଅଧିକ ଲୋକ କଣ୍ଟେଣ୍ଟ ଭିତରକୁ ଯାଇଥାନ୍ତି । ହେଲେ କଣ୍ଟେଣ୍ଟ୍ରେ ସେଭଳି କିଛି ତଥ୍ୟ ନ ପାଇ ୟୁଜର୍ସ ନିରାଶ ହୋଇଥାନ୍ତି । ଯାହାକୁ ନେଇ ୟୁଟ୍ୟୁବ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ ।
ତେବେ ୟୁଟ୍ୟୁବ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଯାହାର ଟାଇଟଲ୍ କିମ୍ବା ଥମ୍ବନେଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନଥିବା ସେଭଳି ଭିଡ଼ିଓ ବନାଉଥିବା ଲୋକଙ୍କ ପାଇଁ ଏହି ନିୟମ ଆାସିଛି । ୟୁଟ୍ୟୁବ୍ ମଧ୍ୟ ଏପରି ଭୁଲ ଥମ୍ବନେଲଗୁଡିକର କିଛି ଉଦାହରଣ ଦେଇ କହିଛି, ଏଭଳି ଗୋଟିଏ ଭିଡିଓର ଥମ୍ବନେଲରେ ‘ଟପ୍ ପଲିଟିକାଲ୍ ନ୍ୟୁଜ୍’ ଲେଖା ହୋଇଥିବାବେଳେ କିନ୍ତୁ ଏହି ଭିଡିଓରେ କୌଣସି ଖବର ନଥିଲା । କମ୍ପାନୀ କହିଛି ଯେ ଏଭଳି କରିବା ଦ୍ବାରା ୟୁଜର୍ସ ନିରାଶ ହେଉଛନ୍ତି । ତେଣୁ ଆସନ୍ତା ମାସରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ କହିଛି। ଏହାପୂର୍ବରୁ, ଗୁଗୁଲର ସିଇଓ ସୁନ୍ଦର ପିଚାଇ ୟୁଟ୍ୟୁବରେ ଏକ ଅପମାନଜନକ ଭିଡିଓ ହଟାଇବାରେ ବିଫଳ ହେବାରୁ ମୁମ୍ବାଇ କୋର୍ଟ ତାଙ୍କୁ ଅବମାନନା ନୋଟିସ୍ ପ୍ରଦାନ କରିଥିଲେ।