ଅହମ୍ମଦାବାଦ, ୮/୩ : ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କିଓ୍ବି ଦଳ । ଭାରତକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିବାବେଳେ ଟିମ୍ ଇଣ୍ଡିଆ ଏକ ବିଶାଳ ସ୍କୋର କରିବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ପୂର୍ବ ଦୁଇ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିବାବେଳେ ଆଜିର ଏହି ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ରେକର୍ଡ କରିବ ବୋଲି ଆଶା ରହିଛି । କାରଣ ଭାରତ କେବେ ମଧ୍ୟ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ହରାଇନାହିଁ ।
ତେବେ ଭାରତୀୟ ଦଳରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ମ୍ୟାଚ ଭଳି ଆଜି ଯଦି ପ୍ରାରମ୍ଭକି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରନ୍ତି ତାହେଲେ ଦଳ ଏକ ବଡ଼ ବିଜୟ ହାସଲ କରିବ ।
ଏହି ଦୁଇ ଅର୍ଥ ଉପରେ ଏହି ମ୍ୟାଚ ନିର୍ଭର କରୁଛି
History Repeat ଅର୍ଥ- ରୋହିତ ଶର୍ମାଙ୍କ ଅନୁସାରେ 'History Repeat'ର ସିଧା ଅର୍ଥ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟକୁ ରିପିଟ୍ କରିବା । ଅର୍ଥାତ ଭାରତ ଯଦି ୨୦୨୬ରେ ବିଜୟୀ ହେଉଛି ତେବେ ପୂର୍ବ ଟାଇଟଲ ରକ୍ଷା କରିବ ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନ ହେବ ।
History Defeat ଅର୍ଥ- ଏହାର ଅର୍ଥ ଟି-ଟ୍ୱେଣ୍ଟି ବିଶ୍ୱକପ ଇତିହାସରେ ଥିବା ପୁରୁଣା ରେକର୍ଡଗୁଡିକୁ ଭାଙ୍ଗିବା । ଉଦାହରମ ସ୍ବରୁ- ଆଜି ପର୍ଯ୍ୟନ୍ତ କୌଣସି ଡିଫେଣ୍ଡିଂ ଚାମ୍ପିଅନ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିନାହିଁ । କୌଣସି ଆୟୋଜକ ଦଳ ବି ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିନି । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ଭାରତରେ ଖେଳାଯାଉଛି । ତେବେ ଏହି ରେକର୍ଡ ଭାଙ୍ଗାଯାଇପାରିବ । କୌଣସି ଦଳ ୩ ଥର ବିଶ୍ୱକପ ଜିତିନାହିଁ । ଇତିହାସ କୁହେ କ୍ରିକେଟ ଏପରି ଏକ ଖେଳି ପଡିଆରେ କିଛି ବି ହୋଇପାରେ । ଆଜି ଟିମ୍ ଇଣ୍ଡିଆ କେବଳ ଇତିହାସ ଦୋହରାଇବା ନୁହେଁ ଇତିହାସକୁ ପରାସ୍ତ କରିବାକୁ ମୈଦାନକୁ ଓହ୍ଲାଇବ ।
ଭାରତୀୟ ଦଳ
ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା।
ଏହାସହ ପଢ଼ନ୍ତୁ : ଭାରତର ଟପ୍ ଅର୍ଡରଙ୍କ ପାଖରେ ଅଛି କି ବିଜୟର ଚାବି ?