ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜୟ ଶାହଙ୍କ ପରେ କିଏ ? ବିସିସିଆଇ ସଚିବ ଦୌଡ଼ରେ ଅରୁଣ ଜେଟଲୀଙ୍କ ପୁଅ !

Published By : Tapas Panda | November 4, 2024 8:03 PM

Image Courtesy: abplive

ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଅଧ୍ୟକ୍ଷ ହୋଇଥିବା ବେଳେ ଡିସେମ୍ବର ପହିଲାରୁ ଦାୟିତ୍ବ ଗ୍ରହଣ କରିବେ । ଏବେ ବିସିସିଆଇର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଜୟ ଶାହ । କିନ୍ତୁ ଡିସେମ୍ବର ୧ ପରେ ଜୟ ଶାହଙ୍କ ପରେ ଏହି ଦାୟିତ୍ବ କିଏ ସମ୍ଭାଳିବେ ? ଡିସେମ୍ବର ମାସ ପାଖେଇ ଆସୁଥିବାରୁ ଏନେଇ ଚର୍ଚ୍ଚା ବଢ଼ି ବଢ଼ି ଚାଲିଛି । ଏଭଳି ସମୟରେ ଆସିଥିବା ଏକ ରିପୋର୍ଟରେ ଜୟ ଶାହଙ୍କ ପରେ ବିସିସିଆଇ ସଚିବ କିଏ ହେବେ ସେନେଇ ଚର୍ଚ୍ଚା ହେଉଛି  । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ (ଡିଡିସିଏ)ର ସଭାପତି ଥିବା ରୋହନ ଜେଟଲୀ ବିସିସିଆଇର ପରବର୍ତ୍ତୀ ସଚିବ ହୋଇପାରନ୍ତି । ରୋହନ ଜେଟଲୀଙ୍କ ବ୍ୟତୀତ ଗୁଜରାଟ କ୍ରିକେଟ ଆସୋସିଏନର ସଚିବ ଅନୀଲ ପଟେଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । କିନ୍ତୁ ରୋହନ ଜେଟଲୀଙ୍କ ନାଁ ଉପରେ ମୋହର ଲାଗିପାରେ ବୋଲି କୁହାଯାଉଛି । 

ରୋହନ ଜେଟଲୀ ଦିବଗଂତ ରାଜନେତା ଅରୁଣ ଜେଟଲୀଙ୍କ ପୁଅ । ଏହା ପୂର୍ବରୁ ରୋହନ ଜେଟଲୀ ବିସିସିଆଇର ସଚିବ ହୋଇପାରନ୍ତି ବୋଲି ଖବର ଆସିଥିଲା । କିନ୍ତୁ ସେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ସେପଟେ ଜୟ ଶାହଙ୍କ ସ୍ଥାନ କିଏ ନେବେ ସେନେଇ କୌଣସି ଔପଚାରିକ ବୈଠକ ହେବ ନାହିଁ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଜୟ ଶାହଙ୍କୁ ଆଇସିସି ଅଧ୍ୟକ୍ଷ ନିର୍ବାଚନରେ ଭରପୂର ସମର୍ଥନ ମିଳିଥିଲା । ୧୬ରୁ ୧୫ ଜଣ ସସଦ୍ୟ ତାଙ୍କୁ ସମର୍ଥନ ଦେଇଥିଲେ । ତେବେ ଜୟ ଶାହ ୨୦୧୯ରେ ବିସିସିଆଇର ସଚିବ ହୋଇଥିଲେ । ଜୟ ଶାହ ଦାୟିତ୍ବ ନେବା ପରେ ଭାରତୀୟ କ୍ରିକେଟରେ ବହୁତ ପରିବର୍ତ୍ତନ ଆସିଛି । ଜୟ ଶାହଙ୍କ କାର୍ଯ୍ୟକୁ ଖୁବ ପ୍ରଶଂସା ବି କରିଛନ୍ତି ଖେଳପ୍ରେମୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.