ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସରକାରୀ କ୍ୱାର୍ଟର୍ସରେ ଆଇପିଏସ୍‌ଙ୍କ ଉତ୍ପାତ ଘଟଣା, ଡିଜିପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

Published By : Prameya | October 5, 2024 2:22 PM

ଭୁବନେଶ୍ୱର ୦୫/୧୦: ଜଣେ ଇନ୍ସପେକ୍ଟର  ସରକାରୀ କ୍ୱାର୍ଟର୍ସରେ ଆଇପିଏସ୍‌ଙ୍କ ଉତ୍ପାତ ଘଟଣା  ପୁଣି ଚର୍ଚ୍ଚାକୁ ଆସିଛି । ଜାତୀୟ ମାନବ ଅଧିକାର  ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)  ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୮ ସପ୍ତାହ ଭିତରେ ଘଟଣାର ତଦନ୍ତ ସହ  କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏନେଇ ଏନ୍‌ଏଚ୍‌ଆରସିରେ ପିଟିସନ ଦାଖଲ କରିଥିଲେ । ଜୁଲାଇ ୨୭ ତାରିଖ ରାତିରେ ଆଇପିଏସ୍‌ଜଣକ  ନିଶାସକ୍ତ ଅବସ୍ଥାରେ କ୍ୟାପିଟାଲ ଥାନା ଅଧୀନରେ  ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ  କ୍ୱାର୍ଟର୍ସକୁ ଯାଇଥିଲେ। କ୍ୱାର୍ଟର୍ସରୁ ମହିଳା  ଅଧିକାରୀଙ୍କୁ ଘୋଷାଡି଼ ଆଣି ନାନା ପ୍ରକାର  ଗାଳିଗୁଲଜ କରିଥିଲେ । ତାଙ୍କୁ ଜୋର୍‌ଜବରଦସ୍ତି  ବିବାହ କରିବାକୁ ବାଧ୍ୟ କରିଥିଲେ । ମହିଳା  ଅଧିକାରୀଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ବିରୋଧ  କରିବାରୁ ତାଙ୍କୁ ମଧ୍ୟ ପିଟାମରା କରିଥିଲେ ଆଇପିଏସ୍‌ଜଣକ । କ୍ୟାପିଟାଲ ଥାନାରୁ ଏକ  ପିସିଆର ଭ୍ୟାନ୍‌ ଘଟଣାସ୍ଥଳକୁ ଯାଇଥିଲା । କିନ୍ତୁ  ଆଇପିଏସ୍‌ଙ୍କ ଭୟରେ କୌଣସି କାର୍ଯ୍ୟାନୁଷ୍ଠାନ  ନ ନେଇ ପଳାଇ ଆସିଥିଲା । ଇନ୍ସପେକ୍ଟରଙ୍କ  ସ୍ୱାମୀ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ । କିନ୍ତୁ ପୀଡି଼ତାଜଣକ ସମ୍ପୃକ୍ତ  ଆଇପିଏସ୍‌ଙ୍କ ବିରୋଧରେ କୌଣସି ପଦକ୍ଷେପ  ନେଇନଥିଲେ । ଆଇପିଏସଙ୍କ ଡରରେ ସେ  କୌଣସି ଥାନାରେ ଅଭିଯୋଗ କରିନଥିଲେ ।  ଏହି ପିଟିସନର ଶୁଣାଣିରେ ଗତ ୧ ତାରିଖରେ  ଏନ୍‌ଏଚ୍‌ଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.