ନୂଆଦିଲ୍ଲୀ,୦୧/୧୨; ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ଆତଙ୍କୀ ବିସ୍ଫୋରଣରେ ଏନଆଇଏ ତନାଘନା ଜାରି ରହିଛି । ଆଜି ସକାଳୁ ସକାଳୁ ଜାମ୍ମୁ କାଶ୍ମୀରରେ ବଡ଼ ଧରଣର ରେଡ୍ କରିଛି । ଦିଲ୍ଲୀ ବିସ୍ଫୋରଣକୁ ନେଇ ପୁଲୱାମା, ସୋପିଆନରେ ଚଢାଉ କରିଛି ଏନଆଇଏ । ଦିଲ୍ଲୀ ବ୍ଲାଷ୍ଟର ଅଭିଯୁକ୍ତ ମୋଲବୀ ଇର୍ଫାନ, ଡାକ୍ତର ଆଦିଲ ଏବଂ ମୁଜାମ୍ମିଲ ଘରେ ଚଢାଉ କରିଛି । ଏନଆଇଏ ଜୈସର ହ୍ୱାଇଟ୍ କଲର ମଡ୍ୟୁଲର ଦିଲ୍ଲୀ ବିସ୍ଫୋରଣ ସହ ଲିଙ୍କ ଥିବା ନେଇ ଠୋସ୍ ପ୍ରମାଣ ଖୋଜୁଛି । ପ୍ରାୟ ୮ଟି ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
କ'ଣ ପୁରା ଘଟଣା ? ଏନଆଇଏ ସୋମବାର ସକାଳୁ ସକାଳୁ ସୋପିଆନର ନଦୀଗାମିନରେ ଗିରଫ ଧର୍ମଗୁରୁ ଇରଫାନଙ୍କ ଘର ଏବଂ ପୁଲୱାମାର ମଲାଙ୍ଗପୋରାରେ ଡାକ୍ତର ଆଦିଲ ଏବଂ ଡାକ୍ତର ମୁଜାମ୍ମିଲ ଘରେ ଚଢାଉ କରିଛି । ପୁଲୱାମାର ସାମ୍ବୁରାରେ ଆମିରଙ୍କ ଘରେ ମଧ୍ୟ ଚଢାଉ ହୋଇଛି । "ଜୈଶ ହ୍ୱାଇଟ୍ କଲର ମଡ୍ୟୁଲ୍" ଏବଂ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ଲିଙ୍କ୍ କରୁଥିବା ଠୋସ୍ ପ୍ରମାଣ ପାଇଁ ଏହି ଛାନଭିନ ହୋଇଛି । କାରଣ ଧର୍ମଗୁରୁ ଇରଫାନର ଟପ୍ ଲିଙ୍କ୍ ଭାବରେ ଉଭା ହୋଇଛି । ଚଢାଉ ହୋଇଥିବା ଅଭିଯୁକ୍ତ ମୌଲବୀ ଇରଫାନ, ଡାକ୍ତର ଆଦିଲ ଏବଂ ଡାକ୍ତର ମୁଜାମ୍ମିଲଙ୍କୁ ୧୦ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ବିସ୍ଫୋରଣ ମାମଲାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିଛି । ଯେଉଁଥିପାଇଁ NIA ଏହି ଅଭିଯୁକ୍ତମାନଙ୍କ ଘରେ ଚଢାଉ କରିଛି ।
କହି ରଖୁଛୁ କି, ଗତ ନଭେମ୍ବର ୧୦ ତାରିଖରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ରକ୍ତ ରଞ୍ଜିତ ହୋଇଥିଲା । ଆତଙ୍କୀ କାର୍ ବସ୍ଫୋରଣ ଘଟଣାଥିଲେ । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଆତଙ୍କବାଦୀ ଡାକ୍ତରୀ ନେଟୱାର୍କର ପର୍ଦ୍ଦାଫାସ ହୋଇଛି । ତଦନ୍ତ ଆଗକୁ ଆଗକୁ ବଢି ଚାଲିଛି । ଏନଆଇଏ ଲକ୍ଷ୍ନୌ, କାନପୁର, ସହାରନପୁର, ଫରିଦାବାଦ ଏବଂ ଜାମ୍ମୁ କାଶ୍ମୀରକୁ 'କୋର୍ ଜୋନ୍' ଭାବେ ଚିହ୍ନଟ କରିଛି । ଏହି ଅଞ୍ଚଳକୁ ହାଇ-ଇଣ୍ଟେସିଟି ରେଡ୍, ଇଣ୍ଟେଲିଜେନ୍ସି ଅପରେସନ୍ ଏବଂ ସ୍ଥାନୀୟ ସ୍ତରରେ ନେଟୱାର୍କ ମ୍ୟାପିଙ୍ଗ କାମ ଜାରି ରହିଛି ।