ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

‘ବିଗ୍‌ ବସ୍‌-୧୮’ର ସବୁଠୁ ମହଙ୍ଗା ପ୍ରତିଯୋଗୀ ନିୟା ଶର୍ମା, ପ୍ରତ୍ୟେକ ଦିନ ପାଇଁ ଏତିକି ଲକ୍ଷ ନେବେ ପାରିଶ୍ରମିକ

Published By : Prameya | October 3, 2024 9:16 AM

ମୁମ୍ବାଇ ୦୩/୧୦: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’ । ଏଥିରେ ଭାଗ ନେବା ପାଇଁ ଅନେକ  ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି । ଏ ସିଜନ୍‌ର ଅନ୍ୟତମ  ପ୍ରତିଯୋଗୀ ହେଉଛନ୍ତି ନିୟା ଶର୍ମା, ଯାହାଙ୍କ ନାଁରେ ପ୍ରଥମେ ମୋହର  ବାଜିଛି । ‘ସୁହାଗନ୍‌ ଚୁଡ଼ୈଲ୍‌’, ‘ଏକ୍‌ ହଜାରୋଁ ମେଁ ମେରୀ ବହ୍‌ନା ହୈ’  ଓ ‘ନାଗିନ୍‌’ ଭଳି ଧାରାବାହିକ ପାଇଁ ଲୋପ୍ରିୟତା ପାଇଛନ୍ତି ନିୟା । 

ସଦ୍ୟ  ରିପୋର୍ଟ ଅନୁସାରେ, ନିୟା ଚଳିତ ସିଜନ୍‌ର ସବୁଠୁ ମହଙ୍ଗା ପ୍ରତିଯୋଗୀ  ହେବାକୁ ଯାଉଛନ୍ତି । ବିଗ୍‌ ବସ୍‌ ଘରେ ନିୟା ବିତାଇବାକୁ ଯାଉଥିବା  ପ୍ରତ୍ୟେକ ଦିନ ପାଇଁ ଶୋ’ର ନିର୍ମାତା ତାଙ୍କୁ ୫ ଲକ୍ଷ ୪୦ ହଜାର ଟଙ୍କା  ଦେବେ । ଅର୍ଥାତ୍‌ ସପ୍ତାହକୁ ସେ ୩୭ ଲକ୍ଷ ୮୦ ହଜାର ଟଙ୍କା ପାରିଶ୍ରମିକ  ନେବେ । 

ରିପୋର୍ଟ ଅନୁସାରେ, ନିର୍ମାତା ନିୟାଙ୍କ ସହ ମାତ୍ର ୧୫ ଦିନର  କଣ୍ଟ୍ରାକ୍ଟ ସାଇନ୍‌ କରିଛନ୍ତି । ନିକଟରେ ‘ଖତ୍‌ରୋଁ କେ ଖିଲାଡ଼ି-୧୪’ ଫିନାଲେରେ ରୋହିତ ଶେଟ୍ଟୀ ନିୟାଙ୍କ ବିଗ୍‌  ବସ୍‌ ଏଣ୍ଟ୍ରି ବିଷୟରେ ସ୍ପଷ୍ଟ କରିଥିଲେ । ସେ  ମଞ୍ଚରେ ଘୋଷଣା କରିଥିଲେ, ଉକ୍ତ ସିଜନ୍‌ର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ  ବିଗ୍‌ ବସ୍‌କୁ ଯିବେ । ତା’ପରେ ନିୟାଙ୍କୁ  ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ ।  

ନିୟା ମଧ୍ୟ ଶୋ’ରେ ଯୋଗ  ଦେବାକୁ ରାଜି ହୋଇଥିଲେ । ଏହା  ପୂର୍ବରୁ ନିୟା ବିଗ୍‌ ବସ୍‌ ଓଟିଟିରେ  ମାତ୍ର କିଛି ଘଣ୍ଟା ପାଇଁ ଭାଗ ନେଇଥିଲେ । ଲୋକପ୍ରିୟ  ସିରିଏଲ ‘କୁଣ୍ଡଲୀ  ଭାଗ୍ୟ’ ଅଭିନେତା  ଧୀରଜ ଧୂପରଙ୍କ ବିଗ୍‌ ବସ୍‌ ଏଣ୍ଟ୍ରି  ନିଶ୍ଚିତ ବୋଲି ଚର୍ଚ୍ଚା  ହେଉଛି । ଅଭିନେତ୍ରୀ  ସୁରଭି ଜ୍ୟୋତି,  ଶହଜାଦ ଧାମୀ,  ଶୋଏବ ଇବ୍ରାହିମ  ଓ ନାୟରା ବାନାର୍ଜୀ  ମଧ୍ୟ ଶୋ’ରେ ଏଣ୍ଟ୍ରି  କରିପାରନ୍ତି । ବଲିଉଡ୍‌ ଅଭିନେତ୍ରୀ ସମୀରା  ରେଡ୍ଡୀ, ଉର୍ମିଲା  ମାତୋଣ୍ଡକର ଓ ଶିଳ୍ପା  ଶିରୋଡକରଙ୍କ ନାଁ ବି  ଚର୍ଚ୍ଚାକୁ ଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.