ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିକୋ ପାର୍କର ଅବସ୍ଥା ଶୋଚନୀୟ, ଚାରିଆଡ଼େ ଘାସବଣ... କେହି ଯାଉ ନାହାଁନ୍ତି

Published By : Rasmita Pradhan | November 27, 2024 9:30 AM

ଭୁବନେଶ୍ୱର,୨୭/୧୧ : ରାଜଧାନୀରେ ନନ୍ଦନକାନନ ପରେ ଆକର୍ଷଣୀୟ ସ୍ଥାନ ଥିଲା ନିକୋ ପାର୍କ । କେବଳ ଛୋଟପିଲା ନୁହଁନ୍ତି ଭୁବନେଶ୍ୱରର ବୟସ୍କମାନଙ୍କ ପାଇଁ ଏହା ଥିଲା ଚିତ୍ତବିନୋଦନର ପ୍ରମୁଖ କେନ୍ଦ୍ରସ୍ଥଳ। ପାର୍କରେ ଥିବା ନୀଳ ଜଳରାଶିରେ ବୋଟିଂ, ଟୟଟ୍ରେନ୍‌ ଓ ଫିଲ୍ମ ଦେଖିବା ପାଇଁ ପ୍ରୋଜେକ୍ଟର ରହିଥିଲା । ଏମିତି କି ବାହାଘର, ଭୋଜିଭାତର ଡେଷ୍ଟିନେସନ ପଏଣ୍ଟ ଥିଲା ଏହି ପାର୍କ । ହେଲେ ଏବେ ସବୁ ଇତିହାସ । ସବୁ ଖେଳ ଉପକରଣ ଭାଙ୍ଗିଗଲାଣି । ଫୁଲଗଛ ମଧ୍ୟ ମଉଳିଗଲାଣି । ଯୁଆଡେ ଦେଖିବ ଖାଲି ଘାସବଣ । କାନ୍ଥକୁ ମାଡିଗଲାଣି ଅନାବନା ଲତା । ସଫେଇ ହେଉନି । ବର୍ଷା ହେଲେ ଭିତରେ ପାଣି ଜମୁଛି । ସବୁଆଡ଼େ ଖାଲି ମଶା ଭଣଭଣ। ଏବେ ମାଗଣାରେ ବି ପାର୍କ ବୁଲିବାକୁ ନାପସନ୍ଦ କଲେଣି ଲୋକେ। ଲୋକଙ୍କ କହିବା କଥା, ନିକୋପାର୍କ ଏବେ ନର୍କ ପାଲଟି ଗଲାଣି ।  

ଆଚାର୍ଯ୍ୟ ବିହାରରୁ ଏଜି ଛକ ରାସ୍ତାରେ ଗଲେ ଡାହାଣ ପଟେ ପଡ଼େ ଏହି ନିକୋ ପାର୍କ । ୯୦ଦଶକରେ କୋଲକାତାର ନିକୋ ନାମକ ଏକ ସଂସ୍ଥା ପାର୍କ ତିଆରି କରିଥିଲା । ୧୯୯୮ ମସିହାରେ ତତ୍କାଳୀନ ଜାନକୀବଲ୍ଲଭ ସରକାରଙ୍କ ଦ୍ୱାରା ନିକୋପାର୍କ ଲୋକାର୍ପିତ ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରୟାସରେ ପାର୍କଟି ବିକଶିତ ହୋଇଥିଲା । ପ୍ରାୟ ୨୪ ଏକର ପରିମିତ ଅଞ୍ଚଳରେ ରହିଥିବା ଏହି ପାର୍କଟି ସେ ସମୟରେ ଅତ୍ୟାଧୁନିକ ପାର୍କର ମାନ୍ୟତା ପାଇଥିଲା । ଏଠାରେ ୱାଟର ରାଇଡିଂ, ମ୍ୟୁଜିକାଲ ଉପକରଣ, ସିନେମାଟ୍ରିକ୍ସ ହଲ, ହଣ୍ଟିଂ ହାଉସ, ୱାକିଂ ପାଥ ସହ ଜିମ୍‌ ଉପକରଣ ଆଦି ରହିଥିଲା । ଛୋଟ ପିଲାଙ୍କ ପାଇଁ ପ୍ରଥମ ଥର କାର୍‌ ଡ୍ୟାନ୍ସ, ସ୍ପାଏ ଦୋଳି, ହର୍ଷ(ଘୋଡ଼ା)ଦୋଳି ବ୍ୟବସ୍ଥା ହୋଇଥିଲା । ଭଳିକି ଭଳି ଖେଳ ଉପକରଣ ସାଙ୍ଗକୁ ଭୁଲ୍‌ଭୁଲେୟା ଓ ଡାଏନାସୋର ଗୃହ ରହିଥିଲା । ରଙ୍ଗବେରଙ୍ଗ ଫୁଲ ଗଛ ମଧ୍ୟ ଲାଗିଥିଲା । ଛୋଟ ପିଲାଙ୍କ ଖେଳକୁଦ ଓ ଫଟୋ ଉଠାଇବା ପାଇଁ ଏକ ସୁନ୍ଦର ସ୍ଥାନ ପାଲଟିଥିଲା । ସକାଳ ଓ ସଂଧ୍ୟାରେ ପାର୍କରେ ଲୋକଙ୍କ ପାଦ ପଡୁଥିଲା । ହେଲେ ଧୀରେଧୀରେ ପାର୍କର ଅବସ୍ଥା ବିଗିଡିବାରେ ଲାଗିଲା । ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ନିକୋ ସଂସ୍ଥା ଓହରିଯିବା ପରେ ୨୦୦୭ରେ ଏକ ସନଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ପାର୍କର ରକ୍ଷଣାବେକ୍ଷଣା ଦାୟିତ୍ୱ ନେଇଥିଲା । ଏଥିସହ ପାର୍କର ନାମକରଣ ବଦଳିଯାଇ ବିଡିଏ ସିଟି ସେଣ୍ଟର ହେଲା । ହେଲେ ସଂପୃକ୍ତ ସଂସ୍ଥା ପାର୍କରେ ସେଭଳି କୌଣସି ଆଖିଦୃଶିଆ କାମ କରିନଥିଲା ।  

୨୦୧୯ରେ ଆସିଥିବା ବାତ୍ୟା ଫନିରେ ଶ୍ରୀହୀନ ହୋଇଯାଇଥିଲା ଏହି ପାର୍କ । ବାତ୍ୟା ପରେ ପରେ କରୋନା ଯୋଗୁ ପାର୍କରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପଡିଯାଇଥିଲା । ତେଣୁ ଏଠାରେ ଆଉ ମରାମତି ସମ୍ଭବ ହୋଇନଥିଲା । କରୋନା ଯିବା ପରେ ୨୦୨୨ରେ ଏହି ପାର୍କଟି ପୁନର୍ବାର ଖୋଲିଥିଲା । କିନ୍ତୁ ପ୍ରଶାସନ ଅମନଯୋଗରୁ ପାର୍କଟି ଆଉ ଉଧେଇ ପାରିଲାନାହିଁ । ବହୁ ଅଭିଯୋଗ ପରେ ସେହିବର୍ଷ ବିଡିଏ ଏହାର ପୁନରୁଦ୍ଧାର ଦାୟିତ୍ୱ ନେଇଥିଲା । କିଛିଦିନ ସଫେଇ କାମ ମଧ୍ୟ ଚାଲିଲା । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା(ମୁକ୍ତା)ରେ ପାର୍କକୁ ସଂଯୋଗ ହୋଇଥିବା ରାସ୍ତା ଓ ଡ୍ରେନେଜ କାମ ପାଇଁ ୩ଟି ଏସଏଚଜିକୁ ଦାୟିତ୍ୱ ମିଳିଥିଲା । ଏଥିପାଇଁ ୧କୋଟି ୮୯ଲକ୍ଷ ଟଙ୍କା ଅଟକଳ ହୋଇଥିଲା । ହେଲେ ପୁନରୁଦ୍ଧାର ଯୋଜନା ବାଟବଣା ହୋଇଗଲା । ଇତିମଧ୍ୟରେ ୨ବର୍ଷ ବିତିଗଲାଣି । ତଥାପି ୨୭ବର୍ଷର ଏହି ପାର୍କ ଏବେ ପୂର୍ବ ରୂପ ପାଇବାକୁ ଅପେକ୍ଷାରେ ରହିଛି । ସଂପ୍ରତି ପାର୍କର ଖୋଲିବା ଓ ବନ୍ଦ ହେବା ସମୟ ବଦଳିଯାଇଛି । ସକାଳ ୫ କିମ୍ବା ୬ ପରିବର୍ତ୍ତେ ନିକୋପାର୍କ ଏବେ ପୂର୍ବାହ୍ଣ ସାଢ଼େ ୧୧ଟାରେ ଖୋଲୁଛି । ସଂଧ୍ୟା ୭ଟାରେ ବନ୍ଦ ହେଉଛି । ପାର୍କକୁ ଯିବା ପାଇଁ ଅର୍ଥ ବ୍ୟବସ୍ଥା ରହିଛି । ଟିକଟ କାଟିଲେ ପାର୍କକୁ ଯିବାକୁ ପଡିବ । ହେଲେ ଏହି ନିୟମକୁ ଲୋକେ ନାପସନ୍ଦ କରିଛନ୍ତି । ବିଡିଏର ଉପାଧ୍ୟକ୍ଷ ଏନ୍‌. ତିରୁମାଲା ନାୟକ କହିଛନ୍ତି, ଖୁବଶୀଘ୍ର ଆମେ ଏହି ପାର୍କର ପୁନରୁଦ୍ଧାର କାମ ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ପାର୍କକୁ ଲାଗିଥିବା ନାଳର କାମ କରାଯାଇ ସେଠାରେ ଏକ ଲେକ୍‌ ଜୋନ୍‌ କରାଯିବ ବୋଲି ସେ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.