ମୁମ୍ବାଇ,୮/୧ : ଫ୍ୟାନ୍ସ ଏବଂ କଳାକାର ମଧ୍ୟରେ ସମ୍ପର୍କ ବହୁ ନିବିଡ଼ । ଜଣେ କଳାକାରଙ୍କ ପାଇଁ ଫ୍ୟାନ୍ସ ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ମାତ୍ର ବେଳେବେଳେ କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ ଯେତେବେଳେ କଳାକାରଟିଏ ନିଜ ଫ୍ୟାନ୍ସଙ୍କ ଉପରେ ରାଗିଯାଏ । ମାତ୍ର ଫ୍ୟାନ୍ସ ତାର ପ୍ରିୟ କଳାକାରକୁ ପାଖରେ ପାଇ ଏହାକୁ ଭୃକ୍ଷେପ କରେନାହିଁ । ବରଂ କେବେ ରାଗିଯାଏ ତ କେବେ ହସିଦିଏ । ଅଭିନେତ୍ରୀ ନିଧି ଅଗ୍ରଓ୍ବାଲଙ୍କ ଏହା ଉପରେ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି , ‘ରେସପେକ୍ଟ ଅର୍ଥ ସ୍ପେସ୍’ । ଆସନ୍ତୁ ଜାଣିବା କାହିଁକି ନିଧି କହିଲେ ଏଭଳି କଥା ।

ଅଭିନେତ୍ରୀ ନିଧି ଅଗ୍ରଓ୍ବାଲଙ୍କ କିଛି ଦିନ ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ଦେଖାଯାଇଥିଲା କି ନିଧି ଏକ ଇଭେଣ୍ଟରୁ ବାହାରିଥିଲେ ଏବଂ ଗାଡ଼ିରେ ବସିବାକୁ ଯାଉଥିଲେ । କିନ୍ତୁ ଅଭିନେତ୍ରୀ ଜଣଙ୍କ ଭିଡ଼ରେ ଫସି ଯାଇଥିଲେ । ନିଧିଙ୍କୁ ବହୁତ କଷ୍ଟରେ ସେହି ଭିଡ଼ରୁ ବାହାର କରାଯାଇଥିଲା । ଅଭିନେତ୍ରୀଙ୍କ ଅବସ୍ଥା ପୂରା ଖରାପ ହୋଇଯାଇଥିଲା । ଏବେ ଅଭିନେତ୍ରୀ ଜଣଙ୍କ ଏହାକୁ ନେଇ ରିଆକ୍ଟ କରିଛନ୍ତି ।

ଫିଲ୍ମ ‘ଦ ରାଜା ସାବ’ର ପ୍ରମୋଶନ ସମୟରେ ଏକ ସାକ୍ଷାତକାରରେ ନିଧି ଏହି ଘଟଣାକୁ ନେଇ କହିଛନ୍ତି। ସେ କହିଛନ୍ତି କି, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ସବୁଠାରୁ ଅଧିକ ଫିଲ୍ମ ହଲ୍ ରହିଛି । ଫିଲ୍ମ ସଂସ୍କୃତିର ଭାଗିଦାରୀ ଅଟେ । ଲୋକେ ପ୍ରତି ଓ୍ବିକେଣ୍ଡରେ ଫିଲ୍ମ ଦେଖିଥାନ୍ତି । ଷ୍ଟାର୍ସଙ୍କୁ ଫ୍ୟାମିଲିଙ୍କ ଭଳି ସେଲିବ୍ରେଟ କରିଥାନ୍ତି । ଏହି ଭଲପାଇବା ଖୁବ୍ ସୁନ୍ଦର ଅଟେ । କିନ୍ତୁ ଅତି କୌଣସି ଜିନିଷ ଖରାପ ହୋଇଥାଏ ।

ନିଧି ଏହି ଘଟଣାକୁ ସମ୍ବେଦନଶୀଳ କହିଛନ୍ତି। ଅଭିନେତ୍ରୀ କହିଛନ୍ତି କି ତାଙ୍କ ପାଖରେ ଏହି ଘଟଣା ଉପରେ କହିବାକୁ ବହୁତ କିଛି ଅଛି । କିନ୍ତୁ ସେ ଏହା ଉପରେ ବୁଝି ବିଚାରି ଏବଂ ସଠିକ୍ ପ୍ଲାଟଫର୍ମରେ କହିବାକୁ ଚାହୁଁଛନ୍ତି। ତାଙ୍କ କହିବା କଥା କି ଏହି ଘଟଣାରେ ଦାୟିତ୍ବବାନର ସହ କଥା ହେବା ଜରୁରୀ ଅଟେ । ନିଧି କହିଛନ୍ତି ଯେ, ବ୍ୟକ୍ତିଗତ ସମ୍ପର୍କ ହେଉ କିମ୍ବା କୌଣସି କଳାକାର ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ସମ୍ପର୍କ, ଅଧିକ ଭଲପାଇବା କେବେ ପସନ୍ଦ କରାଯାଏ ନାହିଁ । ଭଲ ପାଇବାରେ ରେସପେକ୍ଟ ବି ସାମିଲ୍ ଅଛି । ରେସପେକ୍ଟ ଅର୍ଥ ସ୍ପେସ୍ । ’