ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଯୁବକ ଗିରଫ, ଛୁରି ଜବତ

Published By : Prameya | January 19, 2025 8:44 AM

ଢେଙ୍କାନାଳ,୧୯/୦୧: ସଦର ଥାନା ଅଞ୍ଚଳରେ ଏକ ଭଡ଼ାଘରେ  ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଏକୁଟିଆ ରହୁଥିବା ସୁଯୋଗ ନେଇ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖାପିନ୍ଧି ଛୁରି ଦେଖାଇ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସଦର ଥାନା ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ଛୁରି ଜବତ କରିଛି । ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲା ବାର୍‌କୋଟ  ଥାନା ଶରଣକୋଟ ଗାଁର ହୃଷିକେଶ ସାହୁ(୪୭) । ଘଟଣାସ୍ଥଳରେ ସାଇଣ୍ଟିଫକ୍‌ ଟିମ୍‌ ଓ ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ ପହଞ୍ଚି  ତଦନ୍ତ କରିଛନ୍ତି ।   

ଅଭିଯୋଗ ଅନୁସାରେ, ପୀଡ଼ିତା ଭଡ଼ାଘରେ ଏକୁଟିଆ ରହୁଥିବା  ବେଳେ ନିକଟରେ ଥିବା ଏକ କାଠମିଲରେ କାଠମିସ୍ତ୍ରୀ ଭାବେ ହୃଷିକେଶ କାମ କରେ । ଗତ କିଛିଦିନ ହେଲା ହୃଷିକେଶ ପୀଡ଼ିତାଙ୍କ  ଯିବାଆସିବା ରାସ୍ତାକୁ ଅନେଇ  ରହୁଥିଲା । ଶୁକ୍ରବାର ରାତି  ପ୍ରାୟ ୮ଟା ବେଳେ ପୀଡ଼ିତାଙ୍କ  ଅଜାଣତରେ ସେ ତାଙ୍କ ଘରେ ପଶି ଯାଇ ଲୁଚି ରହିଥିଲା । ରାତି ପ୍ରାୟ ୧୧ଟା ସମୟରେ ହଠାତ୍‌ ମୁହଁରେ ମୁଖାପିନ୍ଧି ବାହାରି ପୀଡ଼ିତାଙ୍କୁ ଟଣାଓଟରା କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ଛୁରି ଦେଖାଇ ମୁହଁରେ କପଡ଼ା ବାନ୍ଧି ଦେଇ ଦୁଷ୍କର୍ମ କରିଥିଲା । ଶନିବାର ସକାଳେ ପୀଡ଼ିତା ଏ ନେଇ ସଦର ଥାନାରେ  ଅଭିଯୋଗ କରିବା ପରେ ଅତିରିକ୍ତ ଏସ୍‌ପି ଶ୍ରୀ ବିଶ୍ୱାଳ, ସଦର ଥାନା  ଅଧିକାରୀ ଦୀପକ ଲେଙ୍କା ପ୍ରମୁଖଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ  କରିଥିଲେ । ପୀଡ଼ିତାଙ୍କ ବୟାନ୍‌ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯିବା  ସହ ଛୁରି ଜବତ କରାଯାଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା  ସହ ଅଭିଯୁକ୍ତକୁ ଅଧିକ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.