ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନାଇଜେରିଆର ପୂର୍ବୋତ୍ତର ରାଜ୍ୟ ବୋର୍ନୋରେ ଆତଙ୍କବାଦୀ ଆକ୍ରମଣ, ବୋମା ବିସ୍ଫୋରଣରେ ପାଖାପାଖି ୨୬ ମୃତ

Published By : Swapna Ray | April 29, 2025 3:26 PM

ନୂଆଦିଲ୍ଲୀ, ୨୯।୪: ଜମ୍ମୁକାଶ୍ମୀରର ପହଲଗାମ ଆକ୍ରମଣ ପରେ ଅନ୍ୟ ଏକ ଦେଶରେ ଆତଙ୍କବାଦୀ ଆକ୍ରମଣ । ନାଇଜେରିଆର ପୂର୍ବୋତ୍ତର ବୋର୍ନୋ ରାଜ୍ୟରେ ସୋମବାର ଏକ ଭୟାବହ ଆତଙ୍କବାଦୀ ଆକ୍ରମଣ ଘଟିଛି । ଦୁଇଟି ବାହନରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ଅତିକମ୍‌ରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କହିରଖୁ କି, ଏହି ବିସ୍ଫୋରଣ ବୋର୍ନୋ ରାଜ୍ୟରେ ଘଟିଥିଲା, ଯାହା ବୋକୋ ହାରାମ ଓ ଇସଲାମିକ ଷ୍ଟେଟ୍‌ ଓ୍ୱେଷ୍ଟ ଆଫ୍ରିକା ପ୍ରୋଭିନ୍ସ ଭଳି ଆତଙ୍କବାଦୀ ସଂଗଠନମାନଙ୍କର କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବେ ବିବେଚନା କରାଯାଏ । ଏହି ଆକ୍ରମଣରେ ଦୁଇଟି ବାହନରେ ବୋମା ବିସ୍ଫୋରଣ ଘଟିଥିଲା, ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଆକ୍ରମଣ ପଛରେ କେଉଁ ସଂଗଠନର ହାତ ଅଛି, ତାହା ସ୍ପଷ୍ଟ ହୋଇନାହିଁ । 

ତେବେ, ବୋର୍ନୋ ରାଜ୍ୟରେ ଗତ ୧୫ ବର୍ଷ ଧରି ଚାଲିଆସୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହାରା ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାଇଜେରିଆ ସରକାର ଏହି ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି । ପ୍ରଭାବିତ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହି ଘଟଣାର ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.