ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ନିମିଷକେ ମିଳେଇଗଲା ଖୁସି; ନାଇଟ୍‌କ୍ଲବରେ ଆଖିବୁଜା ଗୁଳିମାଡ଼, ୮ ମୃତ

Published By : Ankita S | August 11, 2025 11:06 AM

ନୂଆଦିଲ୍ଲୀ,୧୧/୦୮: ପାର୍ଟି ଚାଲିଥିଲା । ସମସ୍ତେ ନାଚଗୀତରେ ଖୁସିରେ ମସଗୁଲ୍ ଥିଲେ । ଖୁସିର ମୂହୁର୍ତ୍ତକୁ ଉପଭୋଗ କରୁଥିଲେ । ହେଲେ ନିମିଷକେ ସବୁ କିଛି ସରିଗଲା । ନାଇଟ କ୍ଲବରେ ଲୋକମାନେ ଖୁସି ମନାଉଥିବା ବେଳେ ଅତର୍କିତ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଦକ୍ଷିଣ ଆମେରିକୀୟ ଦେଶ ଇକୁଏଡରରେ ଏକ ନାଇଟ କ୍ଲବରେ ଫାୟାରିଂରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଆହତ ହୋଇଛନ୍ତି ।

ଗୁଆୟାସ ପ୍ରଦେଶର ଗ୍ରାମୀଣ ଅଞ୍ଚଳ ସାନ୍ତା ଲୁସିଆରେ ଏହି ଗୁଳିମାଡ଼ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ୮ ଜଣଙ୍କ ବୟସ ୨୦ରୁ ୪୦ ବର୍ଷ ବୟସର ହେବ । ମୃତକଙ୍କ ମଧ୍ୟରୁ ୭ ଜଣ ଘଟଣାସ୍ଥଳରେ ହିଁ ଆଖିବୁଜିଥିଲେ । ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ମାରଣାସ୍ତ୍ର ଧରି ଦୁର୍ବୃତ୍ତମାନେ ଦୁଇଟି ଗାଡ଼ିରେ ଆସି ଅତର୍କିତ ଗୁଳିଚଳାଇଥିଲେ । ଗୁଳିମାଡ଼ର କାରଣ ଜଣାପଡିନାହିଁ । ସଂଗଠିତ ଅପରାଧ ଏବଂ ଡ୍ରଗ୍ସ କାର୍ଟେଲ ବିବାଦ ସହିତ ଜଡିତ କାରଣରୁ ହିଂସାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ...ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଇକୁଏଡରର ୪ଟି ଉପକୂଳ ରାଜ୍ୟ ଏଲ ଓରୋ, ଗୁଆୟାସ, ମାନାବୀ ଏବଂ ଲସ ରିଓସରେ ଗତ କିଛି ମାସରେ ଅନେକ ହିଂସାକାଣ୍ଡରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚଳିତ ବର୍ଷ ପ୍ରାୟ ୧୮ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ  ୪,୬୦୦ରୁ ଅଧିକ ଲୋକଙ୍କୁ ହତ୍ୟା ହୋଇଛି। ଗତ ବର୍ଷ ପ୍ରାୟ ୭,୦୦୦ ହତ୍ୟା ରିପୋର୍ଟ ହୋଇଥିଲା। ୨୦୨୩ରେ ୮,୦୦୦ ହତ୍ୟା ମାମଲା ସାମ୍ନାକୁ ଆସିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.