ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କାଳୀପୂଜା ବୁଲିବାକୁ ଯାଇଥିଲେ ମା-ପୁଅ,୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya | November 5, 2024 9:06 AM

ନୀଳଗିରି,୫/୧୧ : କାଳୀପୂଜା ମେଳା ଦେଖିବା ପାଇଁ ଯାଇଥିଲେ ମା-ପୁଅ। ଅଧରାତିରେ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ। ଲୁଟିନେଲେ ୪୦ ହଜାର ଟଙ୍କା ସହ୧୫ ଲକ୍ଷ ଟଙ୍କାର ସୁନାଗହଣା। ଏଭଳି ଲୁଟ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ପୋଡ଼ାଶୁଳ ଗାଁର ଘଟଣା । 

ସୂଚନା ଅନୁଯାଇ, ସଞ୍ଜୀବ କୁମାର ବେହେରା ଏବଂ ସୁଦିପ୍ତା ବେହେରା ଓ ତାଙ୍କ ପୁଅ ତିନି ଜଣ ପୋଡ଼ାଶୁଳ ସ୍ଥିତ ଘରେ ବସବାସ କରନ୍ତି। ସଞ୍ଜୀବ ଭଦ୍ରକ ଜିଲ୍ଲା ଚାନ୍ଦବାଲି SDJM କୋର୍ଟରେ ନାଜର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ସେଇଠାରେ ହିଁ ରୁହନ୍ତି। ଘରେ ସ୍ତ୍ରୀ ଏବଂ ପୁଅ ରୁହନ୍ତି। ପୋଡ଼ାଶୁଳର କାଳୀପୂଜା ପାଇଁ ମେଳା ଚାଲୁଥିବା ବେଳେ ଯାତ୍ରା ଦେଖିବା ଯାଇଥିଲେ। ଗଲାବେଳେ ପଡୋଶୀ ଘରେ ଚାବି ଦେଇ ଯାଇଥିଲେ। ମାତ୍ରା ଯାତ୍ରା ଅଧାରୁ ଦେଖି ଘରକୁ ଆସିବା ବେଳକୁ ଘରର ମୁଖ୍ୟ ଫାଟକରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସୁଦିପ୍ତା ଘରେ ପଶି ଦେଖିଲା ବେଳକୁ ଗଡ଼ରେଜ ଚାବି ଭାଙ୍ଗିଯାଇଥିବା ଦେଖେିବାକୁ ପାଇଥିଲେ। ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହତ ୧୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଚୋରି ହେଇଯାଇଛି। ତେବେ ଘରେ କେହି ନଥିବା ର ସୁଯୋଗ ନେଇ କେହି ଦୁବୃର୍ତ୍ତ ଚୋରି କରିଥିବା କହିଛନ୍ତି ସୁଦିପ୍ତା ବେହେରା ଅଭିଯୋଗ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.