ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କଣାସରେ ଝାଡ଼ାବାନ୍ତିରେ ଯାଇଛି ଜଣଙ୍କ ଜୀବନ, ବର୍ତ୍ତମାନ ସୁଦ୍ଧା ୭୧ ସଂକ୍ରମିତ

Published By : Rasmita Pradhan | January 21, 2025 1:38 PM

ଭୁବନେଶ୍ଵର, ୨୧/୦୧ : କଣାସରେ ଝାଡ଼ାବାନ୍ତିରେ ଯାଇଛି ଜଣଙ୍କ ଜୀବନ। ଏନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଣାସ ଅଞ୍ଚଳରେ ୭ ରୁ ୮ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡାଇରିଆରେ ମରିଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଦୁଇ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି। 

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କଣାସରେ ପ୍ରଥମେ ଏକ ଭୋଜିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ତାପରେ ଆଖପାଖ ୫ଟି ଗାଁକୁ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ଏହି ଗାଁ ଗୁଡ଼ିକର ୭୧ ଜଣ ସଂକ୍ରମିତ ହେଇଛନ୍ତି। ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡିଛି। ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି। ସେହି ଅଞ୍ଚଳରେ ଭୁବନେଶ୍ଵରରୁ ୨ଟି ଟିମ୍ ସହ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି। ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି। 

ଏହି ଖବରଟିକୁ ପଢନ୍ତୁ-କରୋନା ଗଲା ପରେ କୋଭିଡ ସାମଗ୍ରୀ ବେକାର: ଲକ୍ଷାଧିକ ଟଙ୍କା ପିପିଇ କିଟ୍ ଫିଙ୍ଗିଦେଲା ସିଏମ୍‌ସି, ମେୟର କହିଲେ ତଦନ୍ତ ହେବ..

ସୂଚନାନୁଯାୟୀ, ଭୁବନେଶ୍ୱରର ବିଭିନ୍ନ ସ୍ୱେରେଜ ୱେଷ୍ଟ ଗଙ୍ଗୁଆ ନାଳ ଦେଇ ଦୟା ନଦୀରେ ମିଶିଯିବାରୁ ଦୟା ସମେତ ତାର ସମସ୍ତ ଶାଖାନଦୀ ପ୍ରଦୁଷିତ ହେଉଛି। ଦୟାନଦୀର ପ୍ରଦୂଷିତ ଜଳ ଯୋଗୁ ତଳିଆ ଅଂଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ଏହାର ପ୍ରଭାବ କେବଳ ମଣିଷମାନଙ୍କ ଉପରେ ପଡୁନି। ନଦୀରେ  ଥିବା ମାଛ, ଚୁଙ୍ଗୁଡ଼ି ଉପରେ ମଧ୍ୟ ଅଧିକ ମାତ୍ରାରେ ପଡୁଛି । କୁଇଣ୍ଟାଲ କୁଇଣ୍ଟାଲ ମାଛ ନଦୀରେ ମରି ଭାସୁଛନ୍ତି । ଏ ସମସ୍ୟା ପ୍ରତି ବର୍ଷ ଦେଖା ଦେଉଥିବା ବେଳେ ଏହାର ସମାଧାନ ପାଇଁ କେବେ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ପ୍ରତିବର୍ଷ ଗଡିଶାଗୋଦା, ଗୋପୀନାଥପୁର, କାଦୁଆ ପଞ୍ଚାୟତର ଲୋକମାନେ ଅଧିକ  ପ୍ରଭାବିତ ହେଇଥିବା ବେଳେ ଚୁପୁରିଙ୍ଗି, ବଡାଲ, ବଳଭଦ୍ରପୁର, ଗଡ଼ସାହି,କଣାସ, ଦୋକନ୍ଦା, ପାଣ୍ଡିଆକେରା ଆଦି ବିଭିନ୍ନ ପଞ୍ଚାୟତ ମଧ୍ୟ  ଅନେକାଂଶରେ ପ୍ରଭାବିତ ହେଉଛି । କେବଳ ସେତିକି ନୁହେଁ ନଦୀକୂଳରେ ଥିବା ପମ୍ପ ହାଉସରୁ ଯୋଗାଣ ହେଉଥିବା ଜଳ ଯୋଗୁ ବିନ୍ଧଣ, ଖଣ୍ଡହତା, ଜାମଳଗୋଦା ଆଳିବାଡ  ଆଦି ବିଭିନ୍ନ ପଞ୍ଚାୟତର ଲୋକ ମଧ୍ୟ ସମଦଶା ଭୋଗୁଛନ୍ତି । ଦୟାନଦୀ ପ୍ରଦୁଷଣମୁକ୍ତ ନହେଲେ  ଆହୁରି ମୁଣ୍ଡ ଗଡ଼ିବ ବୋଲି ଆଶଙ୍କା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.