ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ସୋଆ ପକ୍ଷରୁ ମୁମ୍ବାଇଠାରେ ଆୟୋଜିତ ‘ଆଲିସିପ୍++’ ସମ୍ମିଳନୀରେ ନିଲେଶ କୁଲକର୍ଣ୍ଣିଙ୍କ ଯୋଗଦାନ

Published By : Gurupada Nath | April 9, 2025 11:05 PM

ଭୁବନେଶ୍ୱର, ୯/୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ଶନିବାର ମୁମ୍ବାଇଠାରେ ଆୟୋଜିତ ନେତୃତ୍ୱ କୈନ୍ଦ୍ରିକ ସମ୍ମିଳନୀ ‘ଆଲିସିପ୍‌++’ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ କର୍ପୋରେଟ ଏବଂ ଅନ୍ୟାନ୍ୟ ଶିଳ୍ପ ଜଗତ ସହ ସଂଯୁକ୍ତ ପ୍ରାୟ ୬୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କ୍ରିକେଟର ବାମହାତୀ ସ୍ପିନ୍‌ ବୋଲର ନିଲେଶ କୁଲକର୍ଣ୍ଣି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ନିଲେଶ ହେଉଛନ୍ତି ଏକମାତ୍ର ଭାରତୀୟ ବୋଲର ଯିଏକି ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଥମ ବଲ୍‌ରେ ୱିକେଟ ନେଇଥିଲେ ।  

ନିଲେଶ ସମ୍ମିଳନୀରେ ନେତୃତ୍ୱ, ଆତ୍ମ ପ୍ରତିବଦ୍ଧତା ଓ କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ କୁଲକର୍ଣ୍ଣିଙ୍କ ସହିତ ଅଲିମ୍ପିଆନ୍‌ ତଥା ଆଥଲେଟିକ ଫେଡରେସନ୍‌ ଅଫ୍‌ ଇଣ୍ଡିଆର ସିନିୟର କନ୍‌ସଲ୍‌ଟାଂଟ ଆନନ୍ଦ ମେନେଜେସ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀର ପ୍ରସଙ୍ଗ ଥିଲା ‘ଆଲିସିପ୍‌ ବିଲ୍ଡିଂ ଇନ୍‌କ୍ଲୁସିଭ୍‌ ଆଣ୍ଡ ଏମ୍ପାୱାର୍ଡ ୱାର୍କପ୍ଲେସେସ୍‌‘। ଏହି ପ୍ରସଙ୍ଗରେ ଲେଖକ ତଥା ମୋଟିଭେସ୍‌ନାଲ୍‌ ସ୍ପିକର ଡକ୍ଟର ପି.ବି କୋଟୁର ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ବିଶେଷଜ୍ଞମାନେ ଭବିଷ୍ୟତ ଏବଂ ବର୍ତ୍ତମାନର ନେତୃତ୍ୱ ଏବଂ କର୍ପୋରେଟ ସମ୍ପର୍କରେ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଟାଇମ୍ସ ପ୍ରଫେସ୍‌‌ନାଲ ଲର୍ଣ୍ଣିଙ୍ଗ୍‌ର ଏଗ୍‌ଜିକ୍ୟୁଟିଭ ଭାଇସ୍‌ ପ୍ରେସିଡେଂଟ ତଥା ମାନବ ସମ୍ବଳ ମୁଖ୍ୟ ଡକ୍ଟର ବ୍ରିଲିଆନ୍‌ ଏସ୍‌.କେ, ବିଜିନେସ୍‌ ନେକ୍ସଟର ଭାଇସ୍‌ ପ୍ରେସିଡେଂଟ, ପିପୁଲ ଆଣ୍ଡ ଡେଭଲପମେଂଟ ଡକ୍ଟର ମୀନାକ୍ଷୀ ବାନାର୍ଜୀ, ପ୍ରୋଟିଭିଟର ଟାଲେଂଟ ଆଣ୍ଡ ଟ୍ରାନ୍ସଫର୍ମେସନ୍‌ ମୁଖ୍ୟ ସ୍ୱପ୍ନକାନ୍ତ ସାମଲ, ଇଣ୍ଡିଆ ଫ୍ୟାକ୍ଟରିଙ୍ଗ୍‌ ଆଣ୍ଡ ଫାଇନାନ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍‌ର ସିନିୟର ଭାଇସ୍‌ ପ୍ରେସିଡେଂଟ ତଥା ମାନବ ସମ୍ବଳ ମୁଖ୍ୟ ଗୌରୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ ନନ୍ଦ ସମାଜ ଏବଂ ନେତୃତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍‌ ଓ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ରାଜ କୁମାର ହୋତା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସୋଆ ପକ୍ଷରୁ ଏହା ଆଲିସିପ ++ର ଚତୁର୍ଥ ସଂସ୍କରଣ । ପୂର୍ବରୁ ଏହାର ଆୟୋଜନ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତାରେ ହୋଇସାରିଛି । ସୋଆର ଡେପୁଟି ଡାଇରେକ୍ଟର (ଲର୍ଣ୍ଣିଂ ଆଣ୍ଡ ଡେଭଲପ୍‌ମେଂଟ) କାଜଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.