ନୀଳଗିରି,୦୭/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି କ୍ରିକେଟ ଲିଗ ସିଜିନ-୫ ସଂସ୍କରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।ଏନେଇ ଆଜିଏନଏସିଏଲ ପରିବାର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି। ଏନସିଏଲର ସଭାପତି ସୁମନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୧୦ ତାରିଖରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ନୀଳଗିରି ବ୍ରିଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ।

ରେମୁଣା,ନୀଳଗିରି, ବାଲେଶ୍ଵର, ସୋର ନିର୍ବାଚନୀ ମଣ୍ଡଳୀରେ ପାଖାପାଖି ୧୫୦ ଖେଳାଳି ସାମିଲ ହେବେ।ଆସନ୍ତା ୧୭ ତାରିଖରେ ଏହି କ୍ରିକେଟ ଲିଗ କେସି ହାଇସ୍କୁଲ ପଡିଆ ପରିସରରେ ମହାସମାରୋହରେ ଉଦଘାଟନ ହେବା ସହ ୨୮ ତାରିଖରେ ଉଦଯାପନ ହେବ। ୬ଟି ଟିମକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଖେଳରେ ଲିଗ ମ୍ୟାଚ ପରସ୍ପର ମଧ୍ୟରେ ଅନୁଷ୍ଠିତ ହେବ। ଚମ୍ପିୟାନ ଟିମକୁ ୧ ଲକ୍ଷ ୧୧ ହଜାର ଟଙ୍କା ଓ କପ, ରନର୍ସଅପ ଦଳକୁ ୭୭ ହଜାର ଟଙ୍କା ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ।ଏହି ଖେଳକୁ ଅଞ୍ଚଳବାସୀମାନେ ସାମିଲ ହୋଇ ମନଭରି ଉପଭୋଗ କରିବାକୁ ଏନସିଏଲ ପରିବାର ନିବେଦନ କରିଛନ୍ତି।