ନୂଆଦିଲ୍ଲୀ,୧୧/୦୭: ପାକିସ୍ତାନର ବେଲୁଚିସ୍ତାନରେ ଏକ ବସ୍ ଉପରେ ବଡ଼ ଆକ୍ରମଣ ହୋଇଛି । ପରିଚୟ ପଚାରି ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସମସ୍ତ ମୃତକ ପାକିସ୍ତାନର ପଞ୍ଜାବବାସୀ । ସେମାନେ କ୍ୱୋଟାରୁ ଲାହୋର ଯାଉଥିଲେ । ବେଲୁଚିସ୍ତାନର ଝୋବ ଅଞ୍ଚଳରେ ବନ୍ଧୁକଧାରୀମାନେ ବସ୍ ଉପରେ ଆକ୍ରମଣ କରିଥିଲେ । ପରିଚୟ ପଚାରି, ଆଇଡି କାର୍ଡ ଚେକ୍ କରି ବସ୍ଯାତ୍ରୀଙ୍କ ଉପରେ ହମଲା କରିଥିଲେ ଆକ୍ରମଣକାରୀ । ଏ ଆକ୍ରମଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।
ବେଲୁଚିସ୍ତାନରେ ପ୍ରାୟ ସମୟରେ ଏପରି ଘଟଣା ଘଟୁଛି । ଆସିଷ୍ଟାଣ୍ଡ କମିଶନର ଝୋବ୍ ନାଭିଦ୍ ଆଲମ କହିଛନ୍ତି ଯେ, ''ଝୋବ୍ ଅଞ୍ଚଳ ରାଜପଥରେ ବନ୍ଧୁକଧାରୀମାନେ ଏକ ବସ୍ ଅଟକାଇ ଯାତ୍ରୀଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ । ଏହା ପରେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲେ । ୯ ଜଣ ଯାତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ସମସ୍ତ ଯାତ୍ରୀ ପଞ୍ଜାବର ବିଭିନ୍ନ ଅଞ୍ଚଳର । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏବେ ସୁଦ୍ଧା କୌଣସି ସଂଗଠନ ଆକ୍ରମଣ ନେଇ ନିଜକୁ ଦାୟୀ କରିନାହାନ୍ତି । ''
ପୂର୍ବରୁ ବେଲୁଚି ସଂଗଠନଗୁଡିକ ପାକିସ୍ତାନ ଏବଂ ବେଲୁଚିସ୍ତାନରେ ଏପରି ଆକ୍ରମଣ କରିଛନ୍ତି । ବେଲୁଚିସ୍ତାନ ସରକାର ପ୍ରବକ୍ତା ଶାହିଦ ରିଣ୍ଡ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବସ୍ରୁ ଓହ୍ଲାଇ ଦେଇଥିଲେ ଏବଂ ପରେ ସେମାନଙ୍କ ପରିଚୟ ପଚାରିଥିଲେ । ସେମାନେ ୯ ଜଣ ନୀରିହ ଲୋକଙ୍କୁ ହତ୍ୟା କରିଥିଲେ ।
ଅଧିକ ପଢନ୍ତୁ...ଗୁଜରାଟ ପୋଲ ଦୁର୍ଘଟଣା; ୧୭ ଛୁଇଁଲା ମୃତ୍ୟୁସଂଖ୍ୟା, ୪ ଅଧିକାରୀଙ୍କ ଉପରେ ଆକ୍ସନ
ଚଳିତବର୍ଷ ମାର୍ଚ୍ଚରେ, ବଲୁଚ ଲିବରେସନ୍ ଆର୍ମି କ୍ୱୋଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସ୍ ଟ୍ରେନ୍କୁ ଅପହରଣ କରିଥିଲେ । ଟ୍ରେନ୍ରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ । ବଲୁଚ ଆର୍ମି ଯାତ୍ରୀମାନଙ୍କ ସହବିତ କିଚଇ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ବନ୍ଧକ କରାଯାଇଥିବା ଦାବି ହୋଇଥିଲା । ଏହି ସମୟରେ ଏମିତି ଖବର ମଧ୍ୟ ଆସୁଥିଲା କି ୩ ଜଣ ବନ୍ଧୁକଧାରୀ କ୍ୱେଟା ଏବଂ ମାସ୍ତୁଙ୍ଗ ସମେତ କିଛି ସ୍ଥାନରେ ଆକ୍ରମଣ କରିଛନ୍ତି । କିନ୍ତୁ ବାଲୁଚ୍ ସରକାରୀ ମୁଖପାତ୍ର ରିନ୍ଦ କହିଛନ୍ତି ଯେ, ସୁରକ୍ଷା ବାହିନୀ ଦ୍ୱାରା ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଛି ।