ଭୁବନେଶ୍ୱର ୨୫/୦୯: ପାର୍ବଣ ପୂର୍ବରୁ ରକ୍ତ ରଞ୍ଜିତ ହେଲା ରାଜଧାନୀ। ସହିଦ ନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍ ନଗର ଫାଣ୍ଡି ଅଞ୍ଚଳରେ ବୁଲିଲା ଖଣ୍ଡା। ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ ନିଶାଡି। ବେକରେ ଲାଗିଛି ଗଭୀର ଆଘାତ। ହଣା ଖାଇଥିବା ଯୁବକ ଫାଣ୍ଡି ପାଖରେ ବସି ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରିଥିଲେ। ଏକ ଘଣ୍ଟା ଧରି ଫାଣ୍ଡିରେ ବସି ରହିବା ପରେ ୧୦୮ରେ ଆମ୍ବୁଲାସରେ ହସ୍ପିଟାଲ ଯାଇଥିଲେ। ତେବେ ଗୁରୁତର ହୋଇଥିବା ଯୁବକ ଜଣ ଫୁଲ ଆଣିବାକୁ ଯିବା ବେଳେ ନିଶାଡ଼ିମାନେ ଆକ୍ରମଣ କରିଥିବା ସହ ୧୧ ଶହ ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଛନ୍ତି।