ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେବେ ନୀତା ଅମ୍ବାନୀ, ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ମତ ରଖିବେ…

Published By : Prameya | February 12, 2025 7:31 PM

ମୁମ୍ବାଇ/ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷ ନୀତା ଅମ୍ବାନୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସମ୍ମାନଜନକ 'ବାର୍ଷିକ ଭାରତ ସମ୍ମିଳନୀ'ରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି। ନୀତା ଅମ୍ବାନୀ ଭାରତର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଏବଂ ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ହାର୍ଭାର୍ଡ ବିଜନେସ୍‌ ସ୍କୁଲର ପୂର୍ବତନ ଡିନ୍‌ ନିତିନ ନୋହରିଆଙ୍କ ସହ ଆଲୋଚନା କରିବେ।‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀ ଫେବୃୟାରୀ ୧୫ ଓ ୧୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏଥିରେ ୧୦୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି ।

ବିଗତ କିଛି ବର୍ଷ ଧରି ବିଶ୍ୱ ମଞ୍ଚରେ ଭାରତର ସବୁଠାରୁ ପ୍ରଭାବଶାଳୀ ସ୍ୱର ଭାବରେ ଆଗକୁ ଆସିଛନ୍ତି ନୀତା ଅମ୍ବାନୀ। ହାର୍ଭାର୍ଡରେ ସେ ଭାରତର ସୂକ୍ଷ୍ମ ଶକ୍ତି (ସଫ୍ଟ ପାୱାର) ଏବଂ ପ୍ରାସଙ୍ଗିକତାକୁ ନୂତନ ଭାବରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ । ଟେକ୍ନୋଲୋଜି, ଜଳବାୟୁ, ଆର୍ôଥକ ବିକାଶ, ଗଣତନ୍ତ୍ର, କୂଟନୀତି, ସାଂସ୍କୃତିକ ବିନିମୟ ଭଳି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋଚନା ହେବ । ଗତ ୨୨ ବର୍ଷ ଧରି ହାର୍ଭାର୍ଡ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଆସୁଛି । ଏହି ସମ୍ମିଳନୀ ଏଭଳି ଏକ ଭାରତ ଉପରେ ଆଲୋକପାତ କରିବ ଯାହା ବିଶ୍ୱର କେବଳ ଏକ ଉଦୀୟମାନ ମହାଶକ୍ତି ନୁହେଁ ବରଂ ଆଧୁନିକତା ଓ ବିକାଶ ସହିତ ବସୁଧୈବ କୁଟୁମ୍ବକମର ସନ୍ଦେଶକୁ ଦୃଢ ଭାବେ ଯୋଡ଼ୁଥିବା ଏକ ଦେଶ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.