ନୂଆଦିଲ୍ଲୀ, ୦୮/୦୧ : ଦେଶରେ ବଢିବାକୁ ଲାଗିଛି ସଡକ ଦୁର୍ଘଟଣା । ଏଥିରେ ଅନେକ ଜୀବନ ଦୀପ ଲିଭି ଯାଉଛି ।  ସଡକ ଦୁର୍ଘଟଣାକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଆସିଲା କ୍ୟାସଲେସ ଟ୍ରିଟମେଣ୍ଟ ଯୋଜନା । ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା । କ୍ୟାସଲେସ ଟ୍ରଟମେଣ୍ଟରେ ୧.୫ ଲକ୍ଷ ଯାଏ ସହୟତା ମିଳିବ ।  ଏହା ସହିତ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ମିଳିବ ସହାୟତା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଏକ ବୈଠକରେ ଯୋଗ ଦେଇ କେନ୍ଦ୍ର ସଡକ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ସଡକ ସୁରକ୍ଷା । ୨୦୨୪ରେ ଦେଶରେ ସଡକ ଦୁର୍ଘଟଣାରେ ୧.୮୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।  କେବଳ ୩୦ ହଜାରରୁ ଅଧିକ ଲୋକ ହେଲମେଟ ନ ପିନ୍ଧିବାକୁ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ।  ୧୮ରୁ ୩୪ ବର୍ଷ ମଧ୍ୟରେ ମୃତ୍ୟୁ ହୋଇଥିବା ୬୬%ରୁ ଅଧିକ ଲୋକ ରହିଛନ୍ତି । ଯାହା ଗୁରୁତର । ସ୍କୁଲ ଓ କଲେଜର ଏଣ୍ଟ୍ରି ପଏଣ୍ଟରେ ଅବବ୍ୟବସ୍ଥା ପାଇଁ କେବଳ ୧୦ ହଜାର ପିଲାଙ୍କର ମୃତ୍ୟୁ ହୋଇଛି । ଦେଶରେ ସଡକ ଦୁର୍ଘଟଣା କିପରି କମିବ ସେ  ନେଇ ଆମେ ପିଲିସ ଆଣିଛୁ । ଦୁର୍ଘଟଣାରେ ଆହତଙ୍କ ପାଇଁ  ଏକ ନୂଆ ଯୋଜନା ଆଣିଛୁ ତାହା ହେଉଛି କ୍ୟାସଲେସ ଟ୍ରିଟମେଣ୍ଟ ଯୋଜନା ।

ଏହି ଯୋଜନା ଅଧୀନରେ ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ପୋଲିସକୁ ସୂଚନା ମିଳିବା ପରେ କାର୍ଯ୍ୟକାରୀ ହେବ ।  ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିବାର ୭ ଦିନ ଯାଏ କ୍ୟାସଲେସ ଟ୍ରଟମେଣ୍ଟ  ଯୋଗାଇ ଦିଆଯିବ । ଏଥିରେ ୧.୫ ଲକ୍ଷ ଯାଏ ମାଗଣା ଚିକିତ୍ସା ପ୍ରଦାନ କରାଯିବ। ଏହା ସହିତ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦା କରାଯିବ ।