ନୂଆଦିଲ୍ଲୀ,୧୬/୦୧: ଏଣିକି ଟୋଲ୍ ଟିକସରୁ ମିଳିବ ମୁକ୍ତି । ଶୀଘ୍ର ଲାଗୁ ହେବ ପାସ୍ ବ୍ୟବସ୍ଥା । ଏହା ସହ ଦୂର ହେବ ଟ୍ରାଫିକ୍ ସମସ୍ୟା ।ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ସୂଚନା ଦେଇଛନ୍ତି। ଘରୋଇ ଯାନବାହନ ପାଇଁ ଟୋଲ ଆଦାୟ ପରିବର୍ତ୍ତେ ସରକାର ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା କରିବା ଦିଗରେ ବିଚାର କରୁଥିବା ସେ କହିଛନ୍ତି ।
ଗଡ଼କରି କହିଛନ୍ତି ଯେ, ଜାତୀୟ ରାଜପଥରେ ମୋଟ ଆଦାୟରେ ବ୍ୟକ୍ତିଗତ ଯାନର ଅଂଶ ମାତ୍ର ୨୬ ପ୍ରତିଶତ। ବୁଧବାର ଦିନ 'ବାରିଅର ଲେସ୍ ଟୋଲିଂ' ଉପରେ ଏକ ଗୋଲଟେବୁଲ ସମ୍ମିଳନୀରେ ସେ କହିଥିଲେ ଯେ ଟୋଲ୍ ରାଜସ୍ୱର ୭୪ ପ୍ରତିଶତ ବାଣିଜ୍ୟିକ ଯାନବାହନରୁ ଆସେ। ଆମେ ବ୍ୟକ୍ତିଗତ ଯାନବାହନ ପାଇଁ ମାସିକ କିମ୍ବା ବାର୍ଷିକ ପାସ୍ ପ୍ରଚଳନ କରିବାକୁ ବିଚାର କରୁଛୁ। ସେହିପରି ଟୋଲ୍ ଆଦାୟ ବୁଥ୍ ଗାଁ ବାହାରେ ସ୍ଥାପନ ହେବ । ଏହା ଦ୍ୱାରା ଗାଁ ଲୋକଙ୍କ ଗମନାଗମନରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ତେବେ ଟୋଲ୍, ରାଜସ୍ୱର ୭୪% ବାଣିଜ୍ୟିକ ଯାନବାହନରୁ ଆସିଥାଏ । ସେହିପରି ମୋଟ୍ ଟୋଲ୍ ଆଦୟରେ ଘରୋଇ ଯାନର ଅଂଶ ମାତ୍ର ୨୬% ତେଣୁ ପାସ୍ ବ୍ୟବସ୍ଥା ଦ୍ୱାରା ସରକାରଙ୍କୁ କୌଣସି କ୍ଷତି ହେବ ନାହିଁ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପ୍ରାରମ୍ଭିକ ଭାବରେ ଜାତୀୟ ରାଜପଥରେ FASTag ସହିତ ଏକ ଅତିରିକ୍ତ ବୈଶିଷ୍ଟ୍ୟ ଭାବରେ ସିମଲେସ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।