ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ତେଜିଲା ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରାଜନୀତି; ୨୯ରେ ଭୋଟ୍, ନୋଟିସ୍‌ ଜାରି

Published By : Prameya | April 25, 2025 1:33 PM

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୫/୦୪: କିଛି ଦିନର ବିରତି ପରେ  ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷାଙ୍କ  ବିରୋଧରେ ଅନାସ୍ଥା ଭୋଟ ରାଜନୀତି ପୁଣି ତେଜିଛି । ବନ୍ଦ ରହିଥିବା ଅନାସ୍ଥା  ଭୋଟ୍‌ ଚଳିତ ମାସ ୨୯ ତାରିଖରେ  ହେବ ବୋଲି  କେନ୍ଦ୍ରାପଡ଼ା  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ  ନୋଟିସ୍‌ ଜାରି କରାଯାଇଛି । ବିଜେଡି ସମର୍ଥିତ ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ରାଉତଙ୍କ  ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ  ଉପରେ ୨୯ ତାରିଖରେ ପଞ୍ଚାୟତ  ସମିତି ସଭାଗୃହରେ ଭୋଟ ହେବା  ପାଇଁ ନୋଟିସ୍‌ ଜାରି ପରେ ଅଦିନିଆ  ଝଡ଼ ବହିବା ଆରମ୍ଭ କରିଛି । ଉଭୟ ବିଜେଡି ଓ ବିଜେପି ଶିବିର ନିଜ  ଅସ୍ତିତ୍ୱ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ  କରି ଦେଇଛନ୍ତି ।   

ପ୍ରାଥମିକ ପର୍ଯ୍ୟାୟରେ ଅନାସ୍ଥା  ରାଜନୀତିରେ ବିଜେପି ସାମାନ୍ୟ  ଆଗୁଆ ଥିବା ବେଳେ ପରବର୍ତ୍ତୀ  ପର୍ଯ୍ୟାୟରେ ବିଜେଡି ସୁବିଧାଜନକ ସ୍ଥିତିରେ ଥିଲା । ବିଜେଡି ଶିବିରର  ସଫଳ ଗୋଟି ଚାଳନା ଯୋଗୁଁ ବିଜେପି  ପଛରେ ପଡ଼ିଯାଇଥିଲା । ଯେଉଁଥିପାଇଁ  ଅନାସ୍ଥା ଭୋଟ୍‌ ପାଇଁ ଦଳ ପଛଘୁଞ୍ଚା  ଦେଇଥିବା କୁହାଯାଇଥିଲା । ଶେଷ  ସମୟରେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ  ବନ୍ଦ ରଖିଥିଲା । ଏପରିସ୍ଥଳେ ୨୯  ତାରିଖରେ ଅନାସ୍ଥା ଭୋଟ ସମ୍ପର୍କିତ  ଚିଠି ୩୧ ପଞ୍ଚାୟତର ସରପଞ୍ଚ ଓ  ସମିତି ସଭ୍ୟାମାନଙ୍କ ପାଖରେ  ପହଞ୍ଚିଛି । ଉଭୟ ବିଜେପି ଓ ବିଜେଡି  ଶିବିର ପୁଣି ଚଳଚଞ୍ଚଳ ହୋଇପଡ଼ିଛି ।  ଭୋଟ୍‌ରେ ମହାକାଳପଡ଼ା ବ୍ଲକ୍‌ର  ୩୧ ସମିତି ସଭ୍ୟ ଓ ସରପଞ୍ଚ ଏବଂ  ବିଧାୟକ ଓ ଲୋକସଭା ସାଂସଦ ଅଂଶ ଗ୍ରହଣ କରିପାରିବେ । ଦୁଇ  ତୃତୀୟାଂଶ ସଭ୍ୟ ଓ ସରପଞ୍ଚଙ୍କ  ଭୋଟ୍‌ କାଏମ ହେଲେ ଅଧ୍ୟକ୍ଷ ପଦ  ରଦ୍ଦ ହେବ । ଭୋଟରେ ମୋଟ୍‌ ୬୪  ଜଣ ଅଂଶଗ୍ରହଣ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.