ନବରଙ୍ଗପୁର,୨୬l୮(ଆପ୍ର) : ଉମରକୋଟ ପୌର ଅଧ୍ୟକ୍ଷା ରାଧାଭତ୍ରାଙ୍କୁ ପୌର ଅଧ୍ୟକ୍ଷା ପଦରୁ ହଟାଇବାକୁ କାଉସିଲରମାନେ ଅଣ୍ଟା ଭିଡିଛନ୍ତି। ଉମରକୋଟ ପୌରଉପାଧ୍ୟକ୍ଷଙ୍କ ସମେତ ୧୪ଜଣ କାଉସିଲ୍ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନଙ୍କୁ ଭେଟି ଅନସ୍ଥା ପ୍ରସ୍ତାବ ଦେଇଛନ୍ତି ।
ପୌରଉପାଧ୍ୟକ୍ଷ ସୁଧାଂଶ ଦାସ, ତପନ ଦେବନାଥ, ସାଈ ନାରାୟଣ ପାଢି, ଚିତ୍ତରଞ୍ଜନ ପାତ୍ର, ଚିନ୍ମୟୀ ଠାକୁର, ମନୋଜ ନାୟକ, ସଞ୍ଜୟ ସର୍କାରଙ୍କ ସମେତ ୧୪ଜଣ କାଉନସିଲର ଅନସ୍ଥା ପ୍ରସ୍ତାବ ଆଣିବାର ବିଭିନ୍ନ କାରଣ ଉଲ୍ଲେଖ କରିଛନ୍ତି। ୨୦୨୨ରେ ଉମରକୋଟ ପୌରପାଳିକାରେ ଫିନାଇଲ, ଵ୍ଳିଚିଙ୍ଗ ପାଉଡର, ମଶା ତେଲ କିଣାରେ ୨୯ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କାରଣ ୨୯ଲକ୍ଷ ଟଙ୍କାର କିଣା ସାମଗ୍ରୀର କୌଣସି ଷ୍ଟକ୍ ନାହିଁ। ସେଭଳି ଷ୍ଟକ୍ ଯାଞ୍ଚ କରିବାକୁ ପୌରପାଳିକା ପକ୍ଷରୁ ଗଠିତ ସାନିଟାରି କମିଟିକୁ ଯାଞ୍ଚ କରିବାକୁ ସୁଯୋଗ ଦିଆଯାଉନି। ପୌର ପାଳିକାର ମାସିକ ବୈଠକ କରାଯାଉନି।
ସେଭଳି ୨୦୨୪ରେ ଉମରକୋଟ ବସଷ୍ଟାଣ୍ଡ ଠାରେ ଭେଣ୍ଡିଂ ଜୋନ୍ କରାଯାଇଛି । ଏହାକୁ ଜିଲ୍ଲାପାଳ ଓ ସାଂସଦ ଉଦ୍ଘାଟନ କରିଥିଲେ। କିନ୍ତୁ ଉଦ୍ଘାଟନର ଦୀର୍ଘ ଦିନ ପରେ ମଧ୍ୟ ଭେଣ୍ଡି ଜୋନ୍ ପାଇଁ ହିତାଧିକାରୀ ଚୟନ ସତ୍ତ୍ୱେ ବଣ୍ଟନ କରାଯାଉନି। ଏଭଳି ଉମରକୋଟ ପୌରପାଳିକାର ବ୍ୟାପକ ଅନିୟମିତତା ହୋଉଛି। ଅନ୍ୟପକ୍ଷରେ ପୌରପାଳିକାରେ ଦୀର୍ଘ ଏକ ବର୍ଷ ଧରି କୌଣସି ବିକାଶ କାର୍ଯ୍ୟ ହୋଇପାରୁନି। ସମସ୍ତ ବିକାଶ ମୂଳକ କାର୍ଯ୍ୟ ଠପ୍ ହୋଇପଡିଛି । ତେଣୁ ପୌର ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବାକୁ ସମସ୍ତ କାଉସିଲର ବାଧ୍ୟ ହୋଇଛୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଜିଲ୍ଲାପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କାଉସିଲ୍ର ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।