କଟକ, ୩୦/୦୫: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ବିରୋଧରେ ଅନାସ୍ଥା ରାଜନୀତି । ଫେଲ୍ ମାରିଲା ବିରୋଧୀଙ୍କ ରଣନୀତି। ଗାଦି ସମ୍ଭାଳି ନେଲେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ।
ତେବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଘଟଣାରେ ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ନିର୍ଦ୍ଧାରିତ ସମୟ ଦିନ ୧୨ରେ ନିର୍ବାଚନ ଅଧିକାରୀ ପହଞ୍ଚିବା ସହିତ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ସହିତ ୬ଜଣ ସମିତି ସଦସ୍ୟ ବ୍ଲକ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇଛନ୍ତି। ଅନ୍ୟପଟେ ଅନାସ୍ଥା ପ୍ରସ୍ତାବ ଆଣିଥିବା ମାହାଙ୍ଗା ବିଧାୟକଙ୍କ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ବର୍ତ୍ତମାନ ସୁଦ୍ଧା ଅନୁପସ୍ଥିତ ରହିଛନ୍ତି। ଦିନ ୧୧ଘଟିକାରୁ ୧୨ ଘଟିକା ମଧ୍ୟରେ ଅନାସ୍ଥା ସମ୍ବନ୍ଧୀୟ ଆଲୋଚନା ଏବଂ ୫୮ଜଣରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହିଲେ ଦିବା ୧୨.୩୦ ରୁ ଅପରାହ୍ନ ୨.୩୦ ମଧ୍ୟରେ ଭୋଟ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ନିର୍ଦେଶନାମା ଜାରି କରିଥିଲେ। କିନ୍ତୁ ଏବେ ଯାଏଁ ଅନାସ୍ଥା ଆଣିଥିବା ସଭ୍ୟ ସଭ୍ୟାଙ୍କ ଦେଖା ମିଳିପାରିନି। କୋରମ ଅଭାବରୁ ଅନାସ୍ଥା କାଟ୍ ଖାଇବାର ସମ୍ଭାବନା ଉପୁଜିଛି।