ନୂଆଦିଲ୍ଲୀ : ଇରାନ ଆମେରିକାକୁ ବାର୍ତ୍ତା ପଠାଇଛି ଯେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ହତ୍ୟା କରିବାରେ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଏହି ବାର୍ତ୍ତା ଚଳିତ ବର୍ଷ ଅକ୍ଟୋବରରେ ୱାଶିଂଟକୁ ପଠାଯାଇ ଥିଲା , ଯେବେ ଆମେରିକାରେ ବିଦାୟୀ ଜୋ ବାଇଡେନ ପ୍ରଶାସନ ସେପ୍ଟେମ୍ୱରରେ କହିଥିଲେ ଯେ, ସେ ଟ୍ରମ୍ପଙ୍କ ହତ୍ୟାର କୌଣସି ବି ପ୍ରୟାସକୁ ‘ଯୁଦ୍ଧର କାର୍ଯ୍ୟାନୁଷ୍ଠାନ’ ଭାବିବେ। ସେହି ସମୟରେ ଟ୍ରମ୍ପ ୫ ନଭେମ୍ୱରର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପ୍ରାର୍ଥୀ ଥିଲେ।

ଆମେରିକାକୁ ଇରାନର ବାର୍ତ୍ତା ପଶ୍ଚିମୀ ଦେଶ ସହ ଉତ୍ତେଜନା ହ୍ରାସ କରିବାର ପ୍ରୟାସ ଭାବେ ଦେଖା ଯାଉଛି। ଆମେରିକା ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପାଇଁ ତେହରାନ ଦ୍ୱାରା ସମ୍ଭାବିତ ଜବାବୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତର ଚିନ୍ତା ବ୍ୟକ୍ତ କରିଥିଲା, ଯିଏକି ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଦେଶରେ ଇରାନର ମିଲିସିଆ ଓ ପ୍ରକ୍ସି ଫୋର୍ସକୁ ନିର୍ଦ୍ଦେଶ ଦେଇ ଥିଲେ। 

ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ଅନେକ ପୂର୍ବତନ ଇରାନ ଅଧିକାରୀ ଓ ମିଡ଼ିଆ ଆଉଟଲେଟ୍‌ ତେହେରାନକୁ ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବା ଓ ଆପୋଷ ବୁଝାମଣା ପାଇଁ ପ୍ରୟାସ କରିବାକୁ କହୁଛନ୍ତି, ଯେତେବେଳେ କି ଟ୍ରମ୍ପ ଇରାନ ଉପରେ ଆହୁରି ଚାପ ପକାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। 

ଅଧିକାରୀଙ୍କ ଅନୁସାରେ, ନ୍ୟାୟ ବିଭାଗ ଦୁଇଟି ଅଭିଯୋଗ ଜାରି କରିଛନ୍ତି ,ଯାହା ଟ୍ରମ୍ପଙ୍କ ବିରୋଧରେ ଇରାନର ଷଡ଼ଯନ୍ତ୍ର ସହ ସମ୍ୱନ୍ଧିତ ଥିଲା। ଆମେରିକୀୟ ମାନେ ଇରାନ ଉପରେ ଟ୍ରମ୍ପ ପ୍ରଶାସନ ଅଧିନରେ ଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିବାକୁ ମଧ୍ୟ ଅଭିଯୋଗ ଲଗେଇଛନ୍ତି ।