ଭୁବନେଶ୍ୱର, ୩୦/୧୦ : ବାର୍‌ରେ ଆଉ ଅର୍ଦ୍ଧ ଉଲଗ୍ନ ନାଚ ଦେଖିବାକୁ ମିଳିବନାହିଁ । ନିଶା ଖାଇ ରୋମାଣ୍ଟିକ୍‌ ମୁଡ୍‌ରେ ଫ୍ଲାଇଂ କିସ୍‌ କି ଟଙ୍କା ଉଡ଼ାଇ ପାରିବେ ନାହିଁ । କେବଳ ଭଦ୍ର ପୋଷାକ ପିନ୍ଧି ସଙ୍ଗୀତ ଶୁଣାଇ ପାରିବେ ବାର୍‌ ଗାର୍ଲ । ତା’ପୁଣି ସିସିଟିଭି ନଜରରେ । ସିସିଟିଭି ଆଢ଼ୁଆଳରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଆଜି ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛି ଅବକାରୀ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡ୍ୟାନ୍ସବାର୍‌ ଉପରେ ଏମିତି ଲଗାମ ଲାଗିଛି । ତା’ଛଡ଼ା ୨୧ଟି ସର୍ତ୍ତ ଆଧାରରେ ଏହି ଡାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅନୁମତି ମିଳିପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଅବକାରୀ ବିଭାଗ ପକ୍ଷରୁ ସଂଶୋଧନ ରୁଲସ୍‌-୨୦୨୪' ବିଜ୍ଞପ୍ତି ଅନୁସାରେ ଏଣିକି ରାଜ୍ୟରେ ଥିବା ବାର୍‌ରେ ମହିଳା/ଯୁବତୀମାନେ ଖାଲି ଗୀତ ପରିବେଷଣ କରିପାରିବେ। 

ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା-ଯୁବତୀମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ। ଏଥିପାଇଁ ଅନେକ ସର୍ତ୍ତ ରହିଛି । ଡାନ୍ସ ବାର୍‌ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ । ଏହି କ୍ୟାମେରା ୨୪ଘଣ୍ଟା ଚାଲୁ ରହିବ । ସିସିଟିଭି ଯେମିତି କୌଣସି ପ୍ରକାରର ଟାମ୍ପରିଂ କରାଯିବ ନାହିଁ ତାହା ଉପରେ ବାର୍‌ ମାଲିକମାନଙ୍କୁ ଅଧିକ ଫୋକସ୍‌ ଦେବାକୁ ପଡ଼ିବ । କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା'ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଓ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଇବା ବାଧ୍ୟତାମୂଳକ । ଆଉ ଯେ ପର୍ଯ୍ୟନ୍ତ ସିସିଟିଭି ଠିକ୍‌ ନ ହେବ ସେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଧିକାରୀଙ୍କୁ ଦିଆଯିବ । 

ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ । ଲାଇସେନ୍ସଧାରୀ ବାର ମାଲିକଙ୍କୁ ଗୀତ ପରିବେଶଷଣ ପାଇଁ ଯାହାଙ୍କୁ ରଖିବେ ତାଙ୍କର ପରିଚୟପତ୍ର ପୁଲିସ୍‌ ଓ ଅବକାରୀ ଥାନାରେ ଦେବାକୁ ପଡ଼ିବ । ଖାଲି ସେତିକି ନୁହେଁ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ, ସ୍ଥାୟୀ ଠିକଣା, ସ୍ଥାନୀୟ ଠିକଣା, ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍‌ସେନ୍‌ ସାର୍ଟିଫିକେଟ ଓ ନାଗରିକତା ପ୍ରମାଣପତ୍ର ବି ଦେବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ଡାନ୍ସବାରରେ ଗୀତ ପ୍ରଦର୍ଶନ କରୁଥିବା (ପୁରୁଷ-ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ନିହାତି ଆବଶ୍ୟକ ବୋଲି ଅବକାରୀ ବିଭାଗ କହିଛି । ପୂର୍ବରୁ ଯଦି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବେ ସେ ମହିଳା-ଯୁବତୀଙ୍କୁ ବାର୍‌ରେ ନୃତ୍ୟଗୀତ ପାଇଁ ଅନୁମତି ମିଳିବ ନାହିଁ । ବାର ଭିତରେ ନୃତ୍ୟଗୀତ ପାଇଁ ଯେଉଁ ଷ୍ଟେଜ ହେବ ତାହା ପାଇଁ ମଧ୍ୟ ନିୟମ ରହିଛି । ୧୦/୧୨ଫୁଟ୍‌ରେ ଷ୍ଟେଜ୍‌ ହେବ । ୩ଫୁଟ୍‌ ଉଚ୍ଚର ବାଡ଼ ରହିବ । ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର୍‌ ସୁବିଧା ରହିବା ଜରୁରୀ । ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ବ୍ୟବହାର କରିପାରିବେ । 

ଡାନ୍ସବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକଙ୍କୁ ଯୋଗାଇବାକୁ ପଡ଼ିବ । ବାର ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନହେବେ ସେଥିପାଇଁ ବାରମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ । ସେହିପରି ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳ-ଯୁବତୀଙ୍କ ଉପରେ ଗ୍ରାହକମାନେ ଟଙ୍କା ଉଡ଼ାଇ ପରିବେନାହିଁ । ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା'ହେଲେ ବାର୍‌ ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ । ଡାନ୍ସବାର ପରିସରରେ କାହାରିକୁ ସିଗାରେଟ୍‌ ସେବନ ପାଇଁ ଅନୁମତି ମିଳିବ ନାହିଁ । ବାର୍‌ ମାଲିକମାନେ ଅଗ୍ନିଶମ ପ୍ରମାଣପତ୍ର ନେବା ବାଧ୍ୟତାମୂଳକ ବୋଲି ବାର୍‌ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସେହିପରି ଡାନ୍ସବାର ପରିସରରେ ଶବ୍ଦ ପ୍ରଦୂଣଷ ନିୟମ-୨୦୦୦ର ସର୍ତ୍ତାବଳୀ ମଧ୍ୟ ବାରମାଲିକମାନଙ୍କୁ