ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବାର୍‌ରେ ଆଉ ଦେଖିବାକୁ ମିଳିବନି ଅର୍ଦ୍ଧ ଉଲଗ୍ନ ନାଚ, ଭଦ୍ର ପୋଷାକ ପିନ୍ଧି ସଙ୍ଗୀତ ପରିବେଷଣ କରିବେ ବାର୍‌ ଗାର୍ଲ

Published By : Rasmita Pradhan | October 30, 2024 12:13 PM

ଭୁବନେଶ୍ୱର, ୩୦/୧୦ : ବାର୍‌ରେ ଆଉ ଅର୍ଦ୍ଧ ଉଲଗ୍ନ ନାଚ ଦେଖିବାକୁ ମିଳିବନାହିଁ । ନିଶା ଖାଇ ରୋମାଣ୍ଟିକ୍‌ ମୁଡ୍‌ରେ ଫ୍ଲାଇଂ କିସ୍‌ କି ଟଙ୍କା ଉଡ଼ାଇ ପାରିବେ ନାହିଁ । କେବଳ ଭଦ୍ର ପୋଷାକ ପିନ୍ଧି ସଙ୍ଗୀତ ଶୁଣାଇ ପାରିବେ ବାର୍‌ ଗାର୍ଲ । ତା’ପୁଣି ସିସିଟିଭି ନଜରରେ । ସିସିଟିଭି ଆଢ଼ୁଆଳରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ଆଜି ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛି ଅବକାରୀ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡ୍ୟାନ୍ସବାର୍‌ ଉପରେ ଏମିତି ଲଗାମ ଲାଗିଛି । ତା’ଛଡ଼ା ୨୧ଟି ସର୍ତ୍ତ ଆଧାରରେ ଏହି ଡାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅନୁମତି ମିଳିପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି । ଅବକାରୀ ବିଭାଗ ପକ୍ଷରୁ ସଂଶୋଧନ ରୁଲସ୍‌-୨୦୨୪' ବିଜ୍ଞପ୍ତି ଅନୁସାରେ ଏଣିକି ରାଜ୍ୟରେ ଥିବା ବାର୍‌ରେ ମହିଳା/ଯୁବତୀମାନେ ଖାଲି ଗୀତ ପରିବେଷଣ କରିପାରିବେ। 

ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା-ଯୁବତୀମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ। ଏଥିପାଇଁ ଅନେକ ସର୍ତ୍ତ ରହିଛି । ଡାନ୍ସ ବାର୍‌ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ । ଏହି କ୍ୟାମେରା ୨୪ଘଣ୍ଟା ଚାଲୁ ରହିବ । ସିସିଟିଭି ଯେମିତି କୌଣସି ପ୍ରକାରର ଟାମ୍ପରିଂ କରାଯିବ ନାହିଁ ତାହା ଉପରେ ବାର୍‌ ମାଲିକମାନଙ୍କୁ ଅଧିକ ଫୋକସ୍‌ ଦେବାକୁ ପଡ଼ିବ । କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା'ହେଲେ ସମ୍ପୃକ୍ତ ବାରମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଓ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଇବା ବାଧ୍ୟତାମୂଳକ । ଆଉ ଯେ ପର୍ଯ୍ୟନ୍ତ ସିସିଟିଭି ଠିକ୍‌ ନ ହେବ ସେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟର ରଖିବାକୁ ପଡ଼ିବ । ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଧିକାରୀଙ୍କୁ ଦିଆଯିବ । 

ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ । ଲାଇସେନ୍ସଧାରୀ ବାର ମାଲିକଙ୍କୁ ଗୀତ ପରିବେଶଷଣ ପାଇଁ ଯାହାଙ୍କୁ ରଖିବେ ତାଙ୍କର ପରିଚୟପତ୍ର ପୁଲିସ୍‌ ଓ ଅବକାରୀ ଥାନାରେ ଦେବାକୁ ପଡ଼ିବ । ଖାଲି ସେତିକି ନୁହେଁ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ, ସ୍ଥାୟୀ ଠିକଣା, ସ୍ଥାନୀୟ ଠିକଣା, ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍‌ସେନ୍‌ ସାର୍ଟିଫିକେଟ ଓ ନାଗରିକତା ପ୍ରମାଣପତ୍ର ବି ଦେବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ଡାନ୍ସବାରରେ ଗୀତ ପ୍ରଦର୍ଶନ କରୁଥିବା (ପୁରୁଷ-ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ନିହାତି ଆବଶ୍ୟକ ବୋଲି ଅବକାରୀ ବିଭାଗ କହିଛି । ପୂର୍ବରୁ ଯଦି କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବେ ସେ ମହିଳା-ଯୁବତୀଙ୍କୁ ବାର୍‌ରେ ନୃତ୍ୟଗୀତ ପାଇଁ ଅନୁମତି ମିଳିବ ନାହିଁ । ବାର ଭିତରେ ନୃତ୍ୟଗୀତ ପାଇଁ ଯେଉଁ ଷ୍ଟେଜ ହେବ ତାହା ପାଇଁ ମଧ୍ୟ ନିୟମ ରହିଛି । ୧୦/୧୨ଫୁଟ୍‌ରେ ଷ୍ଟେଜ୍‌ ହେବ । ୩ଫୁଟ୍‌ ଉଚ୍ଚର ବାଡ଼ ରହିବ । ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର୍‌ ସୁବିଧା ରହିବା ଜରୁରୀ । ବାରମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ବ୍ୟବହାର କରିପାରିବେ । 

ଡାନ୍ସବାରରେ ନିୟୋଜିତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ମାଗଣା ପରିବହନ ସୁବିଧା ବାରମାଲିକଙ୍କୁ ଯୋଗାଇବାକୁ ପଡ଼ିବ । ବାର ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନହେବେ ସେଥିପାଇଁ ବାରମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ । ସେହିପରି ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳ-ଯୁବତୀଙ୍କ ଉପରେ ଗ୍ରାହକମାନେ ଟଙ୍କା ଉଡ଼ାଇ ପରିବେନାହିଁ । ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା'ହେଲେ ବାର୍‌ ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ । ଡାନ୍ସବାର ପରିସରରେ କାହାରିକୁ ସିଗାରେଟ୍‌ ସେବନ ପାଇଁ ଅନୁମତି ମିଳିବ ନାହିଁ । ବାର୍‌ ମାଲିକମାନେ ଅଗ୍ନିଶମ ପ୍ରମାଣପତ୍ର ନେବା ବାଧ୍ୟତାମୂଳକ ବୋଲି ବାର୍‌ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସେହିପରି ଡାନ୍ସବାର ପରିସରରେ ଶବ୍ଦ ପ୍ରଦୂଣଷ ନିୟମ-୨୦୦୦ର ସର୍ତ୍ତାବଳୀ ମଧ୍ୟ ବାରମାଲିକମାନଙ୍କୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.